ଝାରସୁଗୁଡ଼ା:ଆଦିବାସୀ ଦିବସ ପାଳନ କରିବ ଆଦିବାସୀ ମହିଳା ସଂଗଠନ । ଆସନ୍ତା ଅଗଷ୍ଟ 9 ତାରିଖରେ ଆଦିବାସୀ ଦିବସ ପାଳନ କରାଯିବ। ଏହି ମେଳାରେ ଏକାଠି ହେବେ ଝାରସୁଗୁଡାର 5ଟି ବ୍ଲକର ମହିଳା ସଂଗଠନ । ନିଜ ଭାଷା , ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବା ପାଇଁ ଏକାଠି ହେବେ । ଧିରେ ଧିରେ ଲୋପ ପାଇବାକୁ ଯାଉଥିବା ଆଦିବାସୀ ଭାଷା ଉପରେ ଗୁରୁତ୍ୱ ଦେଇ ତାର ପ୍ରଚାର ପ୍ରସାର କରିବା ପାଇଁ ଅଣ୍ଟା ଭିଡିବେ ମହିଳା ।
ଝାରସୁଗୁଡ଼ା: ଅଗଷ୍ଟ 9 ତାରିଖରେ ଆଦିବାସୀ ଦିବସ ପାଳନ କରିବ ଆଦିବାସୀ ମହିଳା ସଂଗଠନ - press meet for Indigenous day celebration
ଆସନ୍ତା 9 ତାରିଖରେ ଆଦିବାସୀ ଦିବସ ପାଳନ କରିବେ ଆଦିବାସୀ ମହିଳା ସଂଗଠନ । ନିଜ ଭାଷା, ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବା ପାଇଁ ଏହି ଦିବସ ପାଳନ କରିବାର ମୂଳ ଲକ୍ଷ୍ୟ । ଅଧିକ ପଢନ୍ତୁ
ଅଗଷ୍ଟ 9 ତାରିଖରେ ଆଦିବାସୀ ଦିବସ ପାଳନ କରିବ ଆଦିବାସୀ ମହିଳା ସଂଗଠନ
ତେବେ ଏହି ଦିନ ନିଜର କଳା, ସଂସ୍କୃତି, ନୃତ୍ୟ, ଭାଷା ଉପରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯିବ । ସମସ୍ତ ଆଦିବାସୀ ସମାଜକୁ ଚେତାଇ ନିଜ ସଂସ୍କୃତି ଉପରେ ଅବଗତ କରାଇବା ଲକ୍ଷ୍ୟ ରଖିଛନ୍ତି ଆଦିବାସୀ ମହିଳା ସଂଗଠନ । ଏଥିସହ ବସଷ୍ଟାଣ୍ଡ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ବିରାଟ ଶୋଭାଯାତ୍ରା ମଧ୍ୟ କରିବାର ନିଷ୍ପତ୍ତି କରିଛି ମହିଳା ସଂଗଠନ ।
ଇଟିଭି ଭାରତ, ଝାରସୁଗୁଡ଼ା