ଝାରସୁଗୁଡା:ଲୋକକଳା ମାଧ୍ୟମରେ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ ହୋଇପାରିବେ ଜନସାଧାରଣ । ଏନେଇ ଝାରସୁଗୁଡା ଜିଲ୍ଲାରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇୟାଇଛି । କିର୍ମିରା ବ୍ଲକ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ସଂସାଧନ ସଭ୍ୟମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଶିବିରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅନୀଲ କେର୍କେଟା, ଡିଆଇପିଆରଓ ଅଜୟ ଜେନା ଓ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସୌମ୍ୟରଞ୍ଜନ ଭୋଇ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।
ପ୍ରଶିକ୍ଷଣ ଶିବିରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ, ମମତା, ମିଶନ ଶକ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା ଯୋଜନା, ଫସଲ ଋଣ ସୁଧ ରିହାତି, ଆମ ହସ୍ପିଟାଲ, କ୍ରୀଡ଼ା, ଆମ ଓଡ଼ିଶା ନବୀନ ଓଡ଼ିଶା ଓ ୫ଟି ହାଇସ୍କୁଲ ରୂପାନ୍ତରଣ ଆଦି ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ବ୍ଲକ୍ କଳା ସଂସ୍କୃତି ସଂଘ ଉପସଭାପତି ସୁରଙ୍ଗ ପ୍ରଧାନ, ନିରଞ୍ଜନ ମାଲି ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । କେବଳ ସରକାରୀ ଯୋଜନା ବିଷୟରେ ଅବଗତ ନୁହଁ ବରଂ ମାନସିକ ଚାପ ନିୟନ୍ତ୍ରଣ ସକାଶେ ଷ୍ଟ୍ରେସ ମ୍ୟାନେଜମେଣ୍ଟର ବିଭିନ୍ନ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି CHDNLRର ସଭାପତି ଓ TWRANର ସହ ପ୍ରତିଷ୍ଠାତା ଡ. ଆର.କେ.ଏସ୍. ମଙ୍ଗେସ ଦାଶ ।
ଆଜି ସକାଳେ ଡିଏମଏଫ୍ ଅଡିଟୋରିଅମରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ଚାପ ନିୟନ୍ତ୍ରଣର ବିଭିନ୍ନ କୌଶଳ ଓ ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହା ଦ୍ବାରା ମଣିଷର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଥାଏ ବୋଲି କୁହାଯାଇଥିଲା।