ଓଡିଶା

odisha

ଝାରସୁଗୁଡ଼ାରେ ବିଜେଡିର ପ୍ରଶିକ୍ଷଣ ଶିବିର, ନିର୍ବାଚନ ପୂର୍ବରୁ କର୍ମୀଙ୍କୁ ଗୁରୁମନ୍ତ୍ର

By ETV Bharat Odisha Team

Published : Dec 14, 2023, 6:07 AM IST

Training Camp by BJD: ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଚଳାଇଛି ଶାସକ ବିଜୁ ଜନତା ଦଳ । କର୍ମୀଙ୍କୁ ଏକତ୍ରିତ କରି ପ୍ରଶିକ୍ଷଣ ପ୍ରଦାନ କରିବା ଆରମ୍ଭ କରିଛି ବିଜେଡି ।

training camp by bjd
ବିଜେଡିର ପ୍ରଶିକ୍ଷଣ ଶିବିର

ବିଜେଡିର ପ୍ରଶିକ୍ଷଣ ଶିବିର

ଝାରସୁଗୁଡ଼ା:ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଚଳାଇଛି ଶାସକ ବିଜୁ ଜନତା ଦଳ । ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ଶାସକ ବିଜୁ ଜନତା ଦଳକୁ ଘେରିବା ଆରମ୍ଭ କରିଛି । ଅନ୍ୟପଟେ ବିଜୁ ଜନତା ଦଳର ଟାର୍ଗେଟରେ ୨୦୨୪ ନିର୍ବାଚନ ରହିଥିବାବେଳେ ବର୍ତ୍ତମାନ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛି ଦଳ । କର୍ମୀଙ୍କୁ ଏକତ୍ରିତ କରି ପ୍ରଶିକ୍ଷଣ ପ୍ରଦାନ କରିବା ଆରମ୍ଭ କରିଛି ବିଜେଡି । ଦଳର କର୍ମୀଙ୍କୁ ସରକାରୀ ଯୋଜନା ବିଷୟରେ ପ୍ରଶିକ୍ଷିତ କରିବା ସହ ସେହି ଯୋଜନା ଗୁଡିକ ବିଷୟରେ ଜନସାଧାରଣ ତଥା ଭୋଟରଙ୍କୁ ଅବଗତ କରାଇବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । କର୍ମୀଙ୍କ ମଧ୍ୟରେ ଏକତା ରକ୍ଷା ଉପରେ ଦଳ ବେଶ ଗୁରୁତ୍ୱ ଦେଇଛି ।

ଏନେଇ ଆଜି ଝାରସୁଗୁଡ଼ା ବେହେରାମାଲ ସ୍ଥିତ ନବ ଦାସ ଅଡିଟୋରିୟମଠାରେ ବିଜୁ ଜନତା ଦଳର ସଭ୍ୟମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨ ଦିନ ଧରି ଚାଲିବ । ତେବେ ଏହି ପ୍ରଶିକ୍ଷଣ ଶିବିରରେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସଦସ୍ୟମାନଙ୍କୁ ତୃଣ ମୂଳ ସ୍ତରରୁ ଭୋଟରମାନଙ୍କ ପାଖକୁ ଯାଇ ବିଜୁ ଜନତା ଦଳର ଜନହିତକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ପାଇଁ ତାଲିମ ପ୍ରଦାନ କରାଯାଇଛି । ପ୍ରଶିକ୍ଷଣ ଶିବିରଟି ଆଜି ୧୩ ତାରିଖରୁ ଆସନ୍ତା ୧୫ ତାରିଖ ଯାଏ ଆୟୋଜିତ ହେଉଥିବା ବେଳେ ଜିଲ୍ଲାର ସମସ୍ତ ବ୍ଲକ ସ୍ତରରେ କର୍ମୀଙ୍କୁ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢନ୍ତୁ...ଓଡିଶା ଦଖଲ ପାଇଁ ଆରମ୍ଭ ହେଲା ବିଜେପିର ଗୋଟିଚାଳନା !

ଏହା ବି ପଢନ୍ତୁ...ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ପାଇଁ ଅଙ୍କକଷା, ବିରୋଧୀଙ୍କ ମୁଖ୍ୟ ମୁଦ୍ଦା 'ଡମ୍ପିଂୟାର୍ଡ ସମସ୍ୟା'

ଏହି ପ୍ରଶିକ୍ଷଣ ଶିବିରରେ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଯୋଗ ଦେଇ କର୍ମୀଙ୍କୁ ତାଲିମ ଦେଇଛନ୍ତି । ଏହାସହ ବିଜେଡି ଜିଲ୍ଲା ସଭାପତି ରବି ସିଂ ଏଭଂ ପ୍ରଶାନ୍ତ ଜେନାଙ୍କ ସମେତ ରାଜ୍ୟ କମିଟି ପକ୍ଷରୁ ୨ ଜଣଙ୍କୁ ସ୍ବତନ୍ତ୍ର ଭାବରେ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ନିୟୋଜିତ କରାଯାଇଛି । ଆସନ୍ତା ନିର୍ବାଚନରେ ଦଳ ପୁନର୍ବାର ସତ୍ତା ବଜାୟ ରଖିବା ଉପରେ ଗୁରୁତ୍ବ ଦେଇଛି । ଦଳ କେମିତି ନିର୍ବାଚନରେ ବାଜିମାତ କରିବ ସେଥିପାଇଁ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ସମସ୍ତ କର୍ମୀଙ୍କୁ ତାଲିମ ପ୍ରଦାନ କରାଯାଉଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details