ଝାରସୁଗୁଡା: ଜିଲ୍ଲାର ଲହଣ୍ଡା ବୁଡ ସ୍ଥିତ TPSL (ଠାକୁର ପ୍ରସାଦ ସାଓ ଲିଃ) କାରଖାନାରରେ SMS ୟୁନିଟର ଫରନେସ ବ୍ଲାଷ୍ଟ ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ଗତ 2 ତାରିଖରେ ହୋଇଥିବା ଏହି ଘଟଣାରେ 7 ଜଣ ଶ୍ରମିକ ଆହତ ହୋଇଥିଲେ। ଆହତ ସମସ୍ତଙ୍କୁ ପ୍ରଥମେ ଝାରସୁଗୁଡା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ବର୍ଣ୍ଣ ୟୁନିଟ ନଥିବାରୁ ସମସ୍ତଙ୍କୁ ରାଉରକେଲା IGHକୁ ସ୍ଥାନାନ୍ତର କରାଯାଇଥିଲା ।