ଝାରସୁଗୁଡା: ରବିବାର ଠାରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ କରିବ । ଏକ ଘରୋଇ ସଂସ୍ଥା ସ୍ପାଇସ ଜେଟ ଏହି ସେବା ଆରମ୍ଭ କରିବ। ଉଡାଣ-3ରେ ଝାରସୁଗୁଡାର ଦେଶର 3ଟି ପ୍ରମୁଖ ସ୍ଥାନକୁ ବିମାନ ଯାତ୍ରା ଆରମ୍ଭ କରିବ।
ରବିବାର ଠାରୁ ନିୟମିତ ଭାବେ ସ୍ପାଇସ ଜେଟ୍ ଝାରସୁଗୁଡାରୁ ନୂଆଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦ ରୁଟ ପାଇଁ ଅନୁମତି ପାଇଛି ସ୍ପାଇସ ଜେଟ । ଏନେଇ ଫେବୃଆରୀ 27 ତାରିଖରୁ ଅନ ଲାଇନ ମାଧ୍ୟମରେ ଟିକେଟ୍ ବୁକିଂ ଆରମ୍ଭ ହୋଇଛି । ଝାରସୁଗୁଡା ଜିଲ୍ଲାରେ ବହୁ ଶିଳ୍ପାୟନ ଗଢି ଉଠିଥିବା ବେଳେ ବିମାନ ସେବାକୁ ସ୍ବାଗତ କରିଛନ୍ତି ଶିଳ୍ପ ଜଗତ। ଏଥିସହ ଝାରସୁଗୁଡାକୁ ଲାଗିରହିଥିବା ପଡୋଶୀ ରାଜ୍ୟ ଛତିଶଗଡ ଓ ଝାଡଖଣ୍ଡ ସମେତ ପଶ୍ଚିମ ଓଡିଶାର 11 ଟି ଜିଲ୍ଲାର ଲୋକଙ୍କ ତ୍ବରିତ ଗମନାଗମନ ପାଇଁ ଝାରସୁଗୁଡା ବିମାନ ବନ୍ଦର ସୁଯୋଗ ସୃଷ୍ଟି କରିବ।