ଓଡିଶା

odisha

ETV Bharat / state

ଝାରସୁଗୁଡାରେ ଚାଞ୍ଚଲ୍ୟ: ବନ୍ଦ ଘରୁ ମିଳିଲା ୩ ମୃତଦେହ, ହତ୍ୟା ସନ୍ଦେହ - 3 dead bodies recovered

ଗୋଟିଏ ଘରୁ ମିଳିଲା ତିନି ମୃତଦେହ । ମୃତକଙ୍କ ମଧ୍ୟରେ ଅଛନ୍ତି ମା’ ଓ ଦୁଇ ଝିଅ । ମୃତ୍ୟୁର କାରଣ ଜଣାପଡିନଥିବାବେଳେ ବାପା ଫେରାର ଅଛନ୍ତି । ଅଧିକ ପଢନ୍ତୁ...

ଗୋଟିଏ ଘରୁ ମିଳିଲା ତିନି ମୃତଦେହ: କାରଣ ଅସ୍ପଷ୍ଟ
ଗୋଟିଏ ଘରୁ ମିଳିଲା ତିନି ମୃତଦେହ: କାରଣ ଅସ୍ପଷ୍ଟ

By

Published : Sep 22, 2021, 7:45 PM IST

ଝାରସୁଗୁଡ଼ା: ଗୋଟିଏ ଘରୁ ମିଳିଲା ତିନି ମୃତଦେହ । ମୃତକଙ୍କ ମଧ୍ୟରେ ଅଛନ୍ତି ମା’ ଓ ଦୁଇ ଝିଅ । ମୃତ୍ୟୁର କାରଣ ଜଣାପଡିନଥିବାବେଳେ ବାପା ଫେରାର ଅଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ା ଅଞ୍ଚଳରେ । ମୃତକମାନେ ହେଲେ ୨୮ ବର୍ଷୀୟ ମା’ ସୋନି ପୋଦାର ଏବଂ ୫ ବର୍ଷୀୟ ଝିଅ ମୁସ୍କାନ ଓ ୩ ବର୍ଷୀୟ ଝିଅ ରାଧିକା । ମୃତ ସୋନିଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବାବେଳେ ବ୍ରଜରାଜନଗର ପୋଲିସ ତଦନ୍ତ ଆରମ୍ଭ କରିଛି ।

ଗୋଟିଏ ଘରୁ ମିଳିଲା ତିନି ମୃତଦେହ: କାରଣ ଅସ୍ପଷ୍ଟ
ଗୋଟିଏ ଘରୁ ମିଳିଲା ତିନି ମୃତଦେହ: କାରଣ ଅସ୍ପଷ୍ଟ
ସ୍ୱାମୀ ନାରାୟଣ ପୋଦାର ସହ ରହୁଥିଲେ ସୋନି ଏବଂ ତାଙ୍କର ଦୁଇ ଝିଅ । ଘଟଣାସ୍ଥଳରୁ ପୋଲିସ ମା’ ଓ ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର କରିଥିଲେ ମଧ୍ୟ ନାରାୟଣ ଫେରାର ଅଛନ୍ତି । ତେଣୁ ନାରାୟଣଙ୍କୁ ପୋଲିସ ସନ୍ଦେହ କରୁଛି । ପାରିବାରିକ କହଳ ଯୋଗୁଁ ନାରାୟଣ ହତ୍ୟା କରିଥାଇପାରେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ଘଟଣାସ୍ଥଳରେ ଝାରସୁଗୁଡ଼ା ଏସପି ପହଞ୍ଚି ତଦନ୍ତ କାର୍ଯ୍ୟ ତଦାରଖ କରୁଛନ୍ତି ।

ସୂଚନା ଅନୁସାରେ, ପୋଦାରଙ୍କ ପରିବାର ୬ମାସ ପୂର୍ବରୁ ସେହି ପଡାର ଅନ୍ୟତ୍ର ଏକ ଜାଗାରେ ରହୁଥିଲେ। ନାରାୟଣ ଜଣେ ଦିନ ମଜୁରିଆ। ତାର ସାନଭାଇ କଳାକାହ୍ନୁ ମଧ୍ୟ ନାରାୟଣ ସହ ରହୁଥିଲା। କଳାକାହ୍ନୁ ନିଜ ଭାଉଜ ସୋନିକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହେବା ପରେ କଳାକାହ୍ନୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ମଧ୍ୟ କରାଯାଇଥିଲା। ଏହା ପରେ ସେମାନେ ପୂର୍ବ ଘର ଛାଡ଼ି ଅନ୍ୟତ୍ର ଭଡାଘରେ ୫ମାସ ହେବ ରହୁଥିଲେ ।

ପଡୋଶୀଙ୍କ କହିବା ଅନୁସାରେ, ସେମାନଙ୍କ ଭିତରେ ଭଲ ସମ୍ପର୍କ ଥିଲା। କେବେ ଝଗଡା ହେବାର ଶୁଣିନାହାନ୍ତି । କିନ୍ତୁ ସକାଳେ କ୍ଷୀର ବିକାଳି ଡାକିବାରୁ ସୋନି କବାଟ ଖୋଲି ନଥିଲେ। ଫଳରେ କ୍ଷୀର ବିକାଳି ଚାଲିଯାଇଥିଲା। ସକାଳ ୮ଟା ପର୍ଯ୍ୟନ୍ତ କବାଟ ବନ୍ଦ ରହିବାରୁ ପଡୋଶୀ କବାଟ ବାଡ଼େଇବା ସହ ଘର ମାଲିକକୁ ଏବିଷୟରେ ଜଣାଇଥିଲେ। ଘର ମାଲିକ ମଧ୍ୟ ସେମାନଙ୍କୁ ଡାକି ନିରାଶ ହେବାପରେ ବ୍ରଜରାଜନଗର ଥାନାରେ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଠେଲି ଦେବାରୁ କବାଟ ଖୋଲି ଯାଇଥିଲା। ଭିତରକୁ ଯିବା ପରେ ପୋଲିସ ସୋନିଙ୍କ ସହ ତାଙ୍କ ୨ ଝିଅଙ୍କ ମୃତଦେହ ପଡ଼ିଥିବାର ଦେଖିଥିଲା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details