ଓଡିଶା

odisha

ETV Bharat / state

ଝାରସୁଗୁଡ଼ାରେ ହନ୍ତସନ୍ତ କୋରୋନା ଆକ୍ରାନ୍ତ, ମିଳୁନି ଶଯ୍ୟା ଓ ଭେଣ୍ଟିଲେଟର - icu beds for corona patients

ଝାରସୁଗୁଡ଼ା ଜିଲ୍ଲାରେ ଗୁରୁତର କୋରୋନା ଆକ୍ରାନ୍ତଙ୍କ ପାଇଁ ନାହିଁ ପର୍ଯ୍ୟାପ୍ତ ଆଇସିୟୁ ବ୍ୟବସ୍ଥା । ଜିଲ୍ଲାରେ ଆଇସିୟୁ ଏବଂ ଭେଣ୍ଟିଲେଟରର ଅଭାବ ପରିଲକ୍ଷିତ ହୋଇଛି। ଅଧିକ ପଢ଼ନ୍ତୁ...

ଝାରସୁଗୁଡ଼ାରେ ହନ୍ତସନ୍ତ କୋରୋନା ଆକ୍ରାନ୍ତ, ମିଳୁନି ଆଇସିୟୁ ଶଯ୍ୟା, ଭେଣ୍ଟିଲେଟର
ଝାରସୁଗୁଡ଼ାରେ ହନ୍ତସନ୍ତ କୋରୋନା ଆକ୍ରାନ୍ତ, ମିଳୁନି ଆଇସିୟୁ ଶଯ୍ୟା, ଭେଣ୍ଟିଲେଟର

By

Published : Apr 27, 2021, 5:48 PM IST

ଝାରସୁଗୁଡ଼ା:ଜିଲ୍ଲାରେ ଗୁରୁତର କୋରୋନା ଆକ୍ରାନ୍ତଙ୍କ ପାଇଁ ନାହିଁ ପର୍ଯ୍ୟାପ୍ତ ଆଇସିୟୁ ବ୍ୟବସ୍ଥା । ଜିଲ୍ଲାରେ ଆଇସିୟୁ ଏବଂ ଭେଣ୍ଟିଲେଟରର ଅଭାବ ପରିଲକ୍ଷିତ ହୋଇଛି। ଅଣାୟତ କୋରୋନା ସକ୍ରମଣ ବୃଦ୍ଧି ପାଉଥିବା ବେଳେ ଗୁରୁତର କୋରୋନା ରୋଗୀ କେଉଁଠି ଯିବେ ଓ କିଭଳି ଚିକିତ୍ସା ପାଇବେ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଝାରସୁଗୁଡ଼ାରେ ହନ୍ତସନ୍ତ କୋରୋନା ଆକ୍ରାନ୍ତ, ମିଳୁନି ଆଇସିୟୁ ଶଯ୍ୟା, ଭେଣ୍ଟିଲେଟର

ଆଜି(ମଙ୍ଗଳବାର) ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାରେ ୩୫୩ ଜଣ ସକ୍ରିୟ କୋରୋନା ଆକ୍ରାନ୍ତ ରହିଛନ୍ତି। ଜିଲ୍ଲାର ଏକମାତ୍ର ଡାକ୍ତରଖାନାରେ ଆଇସିୟୁ ବେଡ୍‌ ଖାଲି ନାହିଁ । ଗୁରୁତର ରୋଗୀ ଆଇସିୟୁରେ ଭର୍ତ୍ତି ହେବାକୁ ଲାଇନ୍‌ରେ ରହୁଛନ୍ତି। ଦ୍ଵିତୀୟ ଲହରରେ ସଂକ୍ରମଣ ଦ୍ରୁତତର ହେବା ସହ ରୋଗୀମାନଙ୍କ ଉପରେ ସାଂଘାତିକ ପ୍ରଭାବ ପକାଉଛି। ଅଧିକାଂଶ ରୋଗୀଙ୍କ ଅକ୍ସିଜେନ ସ୍ତର ହ୍ରାସ ପାଉଛି। ଫଳରେ ଆଇସିୟୁ ତଥା ଭେଣ୍ଟିଲେଟର୍‌ର ସହାୟତା ଆବଶ୍ୟକ ହେଉଛି। ତେବେ ଏଠାରେ ମାତ୍ର ୧୦ରୁ ୧୩ଟି ଆଇସିୟୁ ବେଡ୍ ଉପଲବ୍ଧ ଥିବାରୁ ଏଠାରେ ଗୁରୁତର ରୋଗୀଙ୍କୁ ବାହାର ସରକାରୀ ଏବଂ ଘରୋଇ ଡାକ୍ତରଖାନା ପଠାଯାଉଛି।

ଝାରସୁଗୁଡ଼ାରେ ହନ୍ତସନ୍ତ କୋରୋନା ଆକ୍ରାନ୍ତ, ମିଳୁନି ଆଇସିୟୁ ଶଯ୍ୟା, ଭେଣ୍ଟିଲେଟର

ଝାରସୁଗୁଡ଼ା ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ମୁଖ୍ୟାଳୟରେ ରହିଛି କୋଭିଡ ଡାକ୍ତରଖାନା । ମଙ୍ଗଳବଜାରରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୋଠାର ପୁନରୁଦ୍ଧାର କରାଯାଇ ଏହି କୋଭିଡ ଡାକ୍ତରଖାନା ଖୋଲାଯାଇଛି । ୧୧୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ ୧୦ଟି ଆଇସିୟୁ ଶଯ୍ୟା ରହିଛି। କୋରୋନର ଦ୍ଵିତୀୟ ଲହର ଆସିବା ପରେ ଜିଲ୍ଲାରେ କୋଭିଡ୍ ସ୍ଥିତି ସଙ୍ଗୀନ ରହିଛି।

ଝାରସୁଗୁଡ଼ାରେ କୋରୋନା ଆକ୍ରାନ୍ତ ଏବଂ ସେମାନଙ୍କ ପରିବାର ଲୋକଙ୍କ ପାଇଁ ସଙ୍କଟ ବଢ଼ିବାରେ ଲାଗିଛି। ଲକ୍ଷଣ ନଥିବା ଏବଂ ଗୁରୁତର ନଥିବା କୋରୋନା ସଂକ୍ରମିତ ଘରେ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । କୋଭିଡ-19 ଭାଇରସ ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶାରେ ଭିତ୍ତିଭୂମି ସୁଦୃଢ଼ ନଥିବା ପରିଲକ୍ଷିତ ହେଉଛି। ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ନେଇ ଆଇସିୟୁ ଏବଂ ଭେଣ୍ଟିଲେଟରକ୍ତ ବ୍ୟବସ୍ଥା ଅଭାବ ରହିଛି।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details