ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଡ୍ରାଇଭର ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏକ ଦାବିପତ୍ର ପ୍ରଦାନ କରିଛି। ପ୍ରକାଶଥାଉକି ଗତ ୨୦୨୧ରେ ରାଜ୍ୟର ସମସ୍ତ ଡ୍ରାଇଭର ରାଜ୍ୟ ସରକାରଙ୍କୁ ୧୦ଦଫା ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିବା ସହିତ ସମ୍ବଲପୁରର ସମଲେଶ୍ବରୀ ମନ୍ଦିରରୁ ନବୀନ ନିବାସ ପର୍ଯ୍ୟନ୍ତ ଚାଲିଚାଲି ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।
ଡ୍ରାଇଭର ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ - ଡ୍ରାଇଭର ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
୧୦ଦଫା ଦାବି ନେଇ ଆଜି ଗର୍ଜିଛି ଡ୍ରାଇଭର ମହାସଂଘ । ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ପାଣିର ଗାର ସଦୃଶ୍ୟ ହୋଇଛି । ଅଧିକ ପଢନ୍ତୁ
ଡ୍ରାଇଭର ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ପଞ୍ଚାୟତ ନିର୍ବାଚନ ସରିବା ପରେ ଦାବି ଗୁଡିକ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ହେଲେ ପଞ୍ଚାୟତ ନିର୍ବାଚନ ସରି ପୌର ନିର୍ବାଚନ ମଧ୍ୟ ସରିଗଲାଣି । ହେଲେ ଡ୍ରାଇଭର ମହାସଂଘ ପକ୍ଷରୁ ଦିଆଯାଇଥିବା ୧୦ଦଫା ଦାବି ଏପର୍ଯ୍ୟନ୍ତ ପୂରଣ ହୋଇ ପାରିଲା ନାହିଁ ବୋଲି ଝାରସୁଗୁଡ଼ା ଜିଲ୍ଲା ଡ୍ରାଇଭର ମହାସଂଘ ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ,ଇଟିଭି ଭାରତ