ଭୁବନେଶ୍ବର: ସଂଧ୍ୟା ସାଢ଼େ 5ଟା ହେବା ମାତ୍ରେ ଚାରିଆଡେ ଶୁଭିଲା ବନ୍ଦେ ଉତ୍କଳ ଜନନୀର ଗାନ। ଝାରସୁଗୁଡା ଜିଲ୍ଲାରେ ମଧ୍ୟ ସବୁ ସ୍ଥାନରେ ବନ୍ଦେ ଉତ୍କଳ ଜନନୀ ଗାଇଲେ ସ୍ଥାନୀୟ ଲୋକେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅଫିସ, ବସ ଷ୍ଟାଣ୍ଡ, ଓ କୋଭିଡ ହସ୍ପିଟାଲରେ ସାମୁହିକ ଭାବେ ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ଗାଇବାର ବ୍ୟବସ୍ଥା କରାଯାଇଥିଲା।
କୋଭିଡ଼ ଯୋଦ୍ଧାଙ୍କ ସମ୍ମାନର୍ଥେ ସ୍ବାସ୍ଥ୍ୟମନ୍ତ୍ରୀ ଗାଇଲେ ରାଜ୍ୟ ସଂଗୀତ - କୋଭିଡ଼ ଯୋଦ୍ଧା
ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅଫିସ, ବସ ଷ୍ଟାଣ୍ଡ, ଓ କୋଭିଡ ହସ୍ପିଟାଲରେ ସାମୁହିକ ଭାବେ ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ଗାଇବାର ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ..
The health minister
ବସଷ୍ଟାଣ୍ଡର ଗାନ୍ଧୀ ମୂର୍ତ୍ତି ନିକଟରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ସହ ଜିଲ୍ଲାପାଳ, ଏସପି ଯୋଗଦେଇଥିଲେ। ଜିଲ୍ଲାପାଳଙ୍କ ଅଫିସରେ ଡିଆରଡିଏ ର ପ୍ରକଳ୍ପ ନିର୍ଦ୍ଦେଶକ ଓ କୋଭିଡ ହସ୍ପିଟାଲରେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇଥିଲେ। ଝାରସୁଗୁଡା ରେ କିପରି ବନ୍ଦେ ଉତ୍କଳ ଜନନୀ ଗାଈ କୋଭିଡ ଯୋଦ୍ଧାଙ୍କ ଉତ୍ସାହ ବଢାଇବାରେ ସହାୟକ ହୋଇଛନ୍ତି ସ୍ଥାନୀୟ ଜନତା,ନେତା ଓ ଅଧିକାରୀ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ