ଓଡିଶା

odisha

ETV Bharat / state

ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ଟିମ୍: ଝାରସୁଗୁଡ଼ା ଜିଲ୍ଲାପାଳ - Jharsuguda district collector

ବର୍ଷା କୋପରୁ ବର୍ତ୍ତି ନାହାନ୍ତି ଝାରସୁଗୁ଼ଡା ଜିଲ୍ଲାବାସୀ। କିଛି ଅଞ୍ଚଳ ଜଳମଗ୍ନ ହୋଇଛି ମାତ୍ର ଏ ପର୍ଯ୍ୟନ୍ତ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ଦେଇଛନ୍ତି ଝାରସୁଗୁ଼ଡା ଜିଲ୍ଲାପାଳ । ଅଧିକ ପଢନ୍ତୁ...

ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ଟିମ୍
ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ଟିମ୍

By

Published : Sep 15, 2021, 11:28 AM IST

Updated : Sep 15, 2021, 3:04 PM IST

ଝାରସୁଗୁଡା: ରାଜ୍ୟରେ ଜାରି ରହିଛି ଲଘୁଚାପଜନିତ ବର୍ଷା । ତୁହାକୁ ତୁହା ଛେଚୁଛି ବର୍ଷା । ତା ସହିତ ପବନରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ନଦୀ ନାଳ ବୁଡି ଆଣ୍ଠିଏ ପାଣି । ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇଛି । ବର୍ଷା କୋପରୁ ବର୍ତ୍ତି ନାହାନ୍ତି ଝାରସୁଗୁ଼ଡା ଜିଲ୍ଲାବାସୀ । କିଛି ଅଞ୍ଚଳ ଜଳମଗ୍ନ ହୋଇଛି ମାତ୍ର ଏ ପର୍ଯ୍ୟନ୍ତ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ଦେଇଛନ୍ତି ଝାରସୁଗୁ଼ଡା ଜିଲ୍ଲାପାଳ ।

ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ଟିମ୍

ସହରର କିଛି ଅଞ୍ଚଳର ରାସ୍ତା ଉପରେ ପାଣି ଚାଲୁଛି ଓ କେତେକଙ୍କ ଘର ଭିତରକୁ ପାଣି ପଶି ବିଭିନ୍ନ ଆସବା ପତ୍ର ଭାସୁଥିବା ଦେଖିବାକୁ ମିଳିଛି । ତେବେ ବର୍ଷା ପୂର୍ବରୁ ସହରର ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବାରମ୍ବାର ଦାବି ହେଉଥିଲେ ବି ପୌର ପରିଷଦର ଅବହେଳା ଯୋଗୁଁ ସହର ଭିତରେ ଏଭଳି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।

ତେବେ ଲଗାଣ ବର୍ଷା ଯୋଗୁଁ ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଥିପାଇଁ ସହରବାସୀ ପୌର ପରିଷଦକୁ ଦାୟୀ କରିଛନ୍ତି । ଜିଲ୍ଲାରେ ବହି ଯାଇଥିବା ନଦୀନାଳ ତଥା ଇବ, ଭେଡେନ, ତେଲ ଓ ବସୁନ୍ଧରା ନଦୀରେ ବି ବନ୍ୟା ଜଳସ୍ତର ସ୍ବାଭାବିକ ରହିଥିବା ଦେଖାଯାଇଛି । ସେପଟେ ଜିଲ୍ଲାରେ ବନ୍ୟା ସ୍ଥିତି ଆଶଙ୍କା ନାହିଁ ବୋଲି କହିଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ । ସେଭିଳି ପରିସ୍ଥିତି ଉପୁଜିଲେ ସାମ୍ନା କରିବାକୁ ଟିମ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ସରୋଜ ସାମଲ ।

ଝାରସୁଗୁଡାରୁ ରବିନାରାୟଣ ସାହୁ,ଇଟିଭି ଭାରତ

Last Updated : Sep 15, 2021, 3:04 PM IST

ABOUT THE AUTHOR

...view details