ଓଡିଶା

odisha

ETV Bharat / state

ପୂର୍ବତନ ଛାତ୍ରଛାତ୍ରୀଙ୍କ ଗୁରୁ ଦକ୍ଷିଣା, ନିଆରା ଉପାୟରେ ପାଳିଲେ ଗୁରୁ ଦିବସ - ଗୁରୁ ଦିବସ 2023

ଆଜି ହେଉଛି ସେପ୍ଟେମ୍ବର 5 ତାରିଖ ପବିତ୍ର ଗୁରୁ ଦିବସ। ସାରା ଭାରତରେ ଏହି ଦିବସକୁ ବଡ଼ ଉତ୍ସାହର ସହ ପାଳନ କରାଯାଉଛି। ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାରେ ଏକ ନିଆରା ଉପାୟରେ ଗୁରୁ ଦିବସକୁ ପାଳନ କରାଯାଇଛି। ଅଧିକ ପଢ଼ନ୍ତୁ

ଗୁରୁ ଦିବସ
ଗୁରୁ ଦିବସ

By ETV Bharat Odisha Team

Published : Sep 5, 2023, 8:38 PM IST

ଗୁରୁ ଦିବସ

ଝାରସୁଗୁଡ଼ା:କୁହାଯାଏ, "ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ବର , ଗୁରୁ ସାକ୍ଷାତେ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ ।" ଦ୍ବାପର ଯୁଗରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ବିଦ୍ୟା ଅର୍ଜନ କରି ଅର୍ଜୁନ ଶ୍ରେଷ୍ଠ ଧନୁର୍ଦ୍ଧର ହୋଇଥିଲେ। ସେହିପରି ଏକଲବ୍ୟ ନିଜ ଆଙ୍ଗୁଳି କାଟି ଗୁରୁ ଦକ୍ଷିଣା ଅର୍ପଣ କରି ଗୁରୁଙ୍କ ପ୍ରତି ରହିଥିବା ଭକ୍ତି, ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ । ଏହାସହ ଅନେକ ପୂରାଣରେ ମଧ୍ୟ ଗୁରୁ ଶିଷ୍ୟର ସମ୍ପର୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେବେ ଏହି ଗୁରୁ ଶିଷ୍ୟ ପରମ୍ପରା ବହୁ ପୂରାତନ କାଳରୁ ପ୍ରଚଳିତ ହୋଇଆସୁଛି। ଆଜି ହେଉଛି ସେପ୍ଟେମ୍ବର 5 ତାରିଖ ପବିତ୍ର ଗୁରୁ ଦିବସ। ସାରା ଭାରତରେ ଏହି ଦିବସକୁ ବଡ଼ ଉତ୍ସାହର ସହ ପାଳନ କରାଯାଉଛି। ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାରେ ଏକ ନିଆରା ଉପାୟରେ ଗୁରୁ ଦିବସକୁ ପାଳନ କରାଯାଇଛି।

ତେବେ ଝାରସୁଗୁଡ଼ା ଜମେରା ସ୍ଥିତ ଆଦର୍ଶ ପଞ୍ଚାୟତ ବିଦ୍ୟାଳୟ ଠାରେ ଗୁରୁ ଦିବସ ଉପଲକ୍ଷେ ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇଥିଲା । କୌଣସି ରାଜନୈତିକ ବା କୌଣସି ସାମାଜିକ ସଂସ୍ଥାର କାର୍ଯ୍ୟକର୍ତ୍ତା ନୁହେଁ ବରଂ ବିଦ୍ୟାଳୟର ପୂରାତନ ଛାତ୍ରମାନଙ୍କ ଦ୍ବାରା ଏହି ଶିବିରର ଆୟୋଜନ କରାଯାଇଛି। "ରକ୍ତ ଦାନ ମହତ ପୂଣ୍ୟ"କୁ ଲକ୍ଷ୍ୟରେ ରଖି ଗୁରୁ ଦିବସକୁ ଏକ ଅଭିନବ ଉପାୟରେ ପାଳନ କରିଛନ୍ତି ବିଦ୍ୟଳୟର ପୂରାତନ ଛାତ୍ରଛାତ୍ରୀ । ବର୍ତ୍ତମାନ ସମୟରେ ସେମାନଙ୍କ ମଧ୍ୟରୁ କିଏ ଡାକ୍ତର ତ ଆଉ କିଏ ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି । ତେବେ ଉଚ୍ଚ ପଦବୀରେ ଥାଇ ମଧ୍ୟ ସେମାନେ ତାଙ୍କ ଗୁରୁଙ୍କ ଉଦ୍ଦେଶ୍ୟରେ ଗୁରୁ ଦିବସ ଉପଲକ୍ଷେ ରକ୍ତ ଦାନ ଶିବିର ଅନୁଷ୍ଠିତ କରି ଗୁରୁଙ୍କୁ ଏକ ପ୍ରକାର ଗୁରୁ ଦକ୍ଷିଣା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଗୁରୁ ଦିବସରେ ଗୁରୁଙ୍କୁ ସମ୍ମାନ, ଓଡିଶାର ଈଶ୍ୱର ଚନ୍ଦ୍ର ନାୟକ ପାଇଲେ ଜାତୀୟ ଶିକ୍ଷକ ପୁରସ୍କାର

ତେବେ ବିଦ୍ୟାଳୟର ପୂର୍ବତନ ଛାତ୍ରମାନଙ୍କ କହିବା ଅନୁସାରେ, ଅନେକ ସମୟରେ ରକ୍ତର ଅଭାବରେ ଅନେକ ରୋଗୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସେହିପରି ଆବଶ୍ୟକ ସମୟରେ ରକ୍ତର ଅଭାବ ପାଇଁ ରୋଗୀମାନଙ୍କର ମୃତ୍ୟୁ ହେବା ଭଳି ଘଟଣା ଅନେକ ସମୟରେ ଦେଖିବାକୁ ମିଳୁଛି। ତେବେ ରକ୍ତକୁ କୌଣସି ଜାଗାରେ ତିଆରି କରାଯାଇ ପାରିବ ନାହିଁ। ଜଣେ ରକ୍ତ ଦାନ କଲେ ହିଁ ଅନ୍ୟ ଜଣେ ରକ୍ତ ପାଇ ପାରିବ। ତେଣୁ ପୂରାତନ ଛାତ୍ର ସଂଗଠନ ତରଫରୁ ଏଭଳି ଏକ ନିଆରା ଉପାୟରେ ଗୁରୁ ଦିବସ ଉପଲକ୍ଷେ ରକ୍ତଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details