ଝାରସୁଗୁଡା: ୨୦୦୮ ରୁ ଗଠନ ହୋଇଥିବା ଓଡ଼ିଶା ସରକାରୀ ଏବଂ ବେସରକାରୀ ଅନୁଦାନ ଓ ଅଣଅନୁଦାନ ଶିକ୍ଷକ ଓ ଅଣଶିକ୍ଷକ ସଙ୍ଘ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ । ଏଥିସହ ସଙ୍ଘର କର୍ମକର୍ତ୍ତାମାନେ ପୂଜାରୀଙ୍କୁ ନୂଆ ଦାୟିତ୍ବ ମିଳିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ।
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କଲେ ଶିକ୍ଷକ ଓ ଅଣଶିକ୍ଷକ ସଙ୍ଘ - ରୋହିତ ପୂଜାରୀଙ୍କୁ ଶିକ୍ଷକ ଅଣଶିକ୍ଷକଙ୍କ ଦାବି
ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କଲେ ଓଡ଼ିଶା ସରକାରୀ ଏବଂ ବେସରକାରୀ ଅନୁଦାନ ଓ ଅଣଅନୁଦାନ ଶିକ୍ଷକ ଓ ଅଣଶିକ୍ଷକ ସଙ୍ଘ । ଅଧିକ ପଢନ୍ତୁ
![ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କଲେ ଶିକ୍ଷକ ଓ ଅଣଶିକ୍ଷକ ସଙ୍ଘ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ନିକଟରେ ଦାବି ଉପସ୍ଥାପନ କଲେ ଶିକ୍ଷକ ଓ ଅଣଶିକ୍ଷକ ସଙ୍ଘ](https://etvbharatimages.akamaized.net/etvbharat/prod-images/768-512-15639444-739-15639444-1655992655459.jpg)
ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ନିକଟରେ ଦାବି ଉପସ୍ଥାପନ କଲେ ଶିକ୍ଷକ ଓ ଅଣଶିକ୍ଷକ ସଙ୍ଘ
ପରେ ଦୀର୍ଘ ୧୪ ବର୍ଷରୁ ଅଧିକ ସମୟ ହେବ ଏହି ସଙ୍ଘ ସହ ଜଡ଼ିତ ଓଡ଼ିଶାର ବିଭିନ୍ନ କଲେଜରେ କାର୍ଯ୍ୟରତ ୩ ହଜାରରୁ ଅଧିକ ଶିକ୍ଷକ କର୍ମଚାରୀ ଦାବି ବିଷୟରେ ଦୃଷ୍ଟି ଆକର୍ଷଣ କରିବା ସହ ଆଶୁ ସମାଧାନ ପାଇଁ ଅନୁରୋଧ କରିଥିଲେ । ମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ସମ୍ବଲପୁର ସଭାପତି ଶିବଶଙ୍କର ମଲ୍ଲିକ, ଝାରସୁଗୁଡ଼ା ସଙ୍ଘ ସଭାପତି ଅଶୋକ କନ୍ଧର, ସୁନ୍ଦରଗଡ଼ ସଙ୍ଘ ସଭାପତି ଦମୟନ୍ତୀ ଷଣ୍ଢ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଝାରସୁଗୁଡା