ଓଡିଶା

odisha

ETV Bharat / state

Jharsuguda By Poll: ଟଙ୍କଧର ତ୍ରିପାଠୀ ହେଲେ ବିଜେପି ପ୍ରାର୍ଥୀ - Jharsuguda By Poll

ଝାରସୁଗୁଡା ଉପନିର୍ବାଚନ ପାଇଁ ଟଙ୍କଧର ତ୍ରିପାଠୀ ହିଁ ବିଜେପି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଏଥିପାଇଁ ଟଙ୍କଧର ବେଶ କିଛି ଦିନ ହେଲା ଝାରସୁଗୁଡାରେ ଡେରା ପକାଇ ସଂଗଠନକୁ ସୁଦୃଢ କରିବାରେ ଲାଗିଥିଲେ । ଟିକେଟ ପାଇଁ ପୂର୍ବତନ ପ୍ରାର୍ଥୀ ଦିନେଶ ଜୈନ ଓ ଜିଲ୍ଲା ସଭାପତି ଆଶାୟୀ ଥିଲେ । କିନ୍ତୁ ଟଙ୍କଧରଙ୍କୁ ଦଳ ସୁଯୋଗ ଦେଇଛି । ଅଧିକ ପଢନ୍ତୁ

Jharsuguda By Poll
Jharsuguda By Poll

By

Published : Apr 13, 2023, 6:16 AM IST

Updated : Apr 13, 2023, 7:09 AM IST

Tankadhar Tripathy bjp candidate

ଭୁବନେଶ୍ବର/ଝାରସୁଗୁଡା: ଯୁବନେତା ଟଙ୍କଧର ତ୍ରିପାଠୀ ହେଲେ ହେଲେ ଝାରସୁଗୁଡା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି( ବିଜେପି) ଯୋଦ୍ଧା । ବହୁ ବିଚାର ବିମର୍ଶ ପରେ ବିଜେପି ସଂସଦୀୟ ବୋର୍ଡ ଟଙ୍କଧର ତ୍ରିପାଠୀଙ୍କ ନାମ ଉପରେ ମୋହର ମାରିଛି । ଏନେଇ ବିଜେପି ରାଷ୍ଟ୍ରୀୟ ମୁଖ୍ୟାଳୟ ପକ୍ଷରୁ ପ୍ରେସ ରିଲିଜ ଜାରି ହୋଇଛି ।

ଝାରସୁଗୁଡା ଉପନିର୍ବାଚନ ପାଇଁ ଟଙ୍କଧର ତ୍ରିପାଠୀ ହିଁ ବିଜେପି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଏଥିପାଇଁ ଟଙ୍କଧର ବେଶ କିଛି ଦିନ ହେଲା ଝାରସୁଗୁଡାରେ ଡେରା ପକାଇ ସଂଗଠନକୁ ସୁଦୃଢ କରିବାରେ ଲାଗିଥିଲେ । ଟିକେଟ ପାଇଁ ପୂର୍ବତନ ପ୍ରାର୍ଥୀ ଦିନେଶ ଜୈନ ଓ ଜିଲ୍ଲା ସଭାପତି ଆଶାୟୀ ଥିଲେ । କିନ୍ତୁ ଟଙ୍କଧରଙ୍କୁ ଦଳ ସୁଯୋଗ ଦେଇଛି ।

ଟଙ୍କଧର ତ୍ରିପାଠୀଙ୍କ ଶିକ୍ଷାଗତ ଯୋଗ୍ୟତା: ସୁନ୍ଦରଗଡ ଜିଲ୍ଲାରେ ଜନ୍ମିତ ଟଙ୍କଧର ତ୍ରିପାଠୀ ନିଜର ପୈତୃକ ଗାଁରେ ପ୍ରାଥମିକ ଶିକ୍ଷା ଏବଂ ଜିଲ୍ଲା ମୁଖ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ସେ ବିଏ, ଏଲଏଲବି ମଧ୍ୟ କରିଛନ୍ତି । ଯୁବ ବୟସରୁ ହିଁ ନିଜର କୁଶଳ ସାଂଗଠନିକ କ୍ଷମତା ତଥା ଦେଶ ସେବାର ଭାବନାରେ ପ୍ରେରିତ ହୋଇ ଅଖିଳ ଭାରତୀୟ ପରିଷଦରେ ଯୋଗ ଦେଇଥିଲେ । ବିଦ୍ୟାର୍ଥୀ ପରିଷଦର ସକ୍ରିୟ ସଦସ୍ୟ ଭାବେ ସେ ଓଡ଼ିଶାରେ ମରୁଡ଼ି ଓ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଲୋକଙ୍କୁ ସାହାଯ୍ୟ କରିଥିଲେ । ତାଙ୍କର ଏହି ସେବା ମନୋବୃତ୍ତି ମାଧ୍ୟମରେ ସେ ଲୋକଙ୍କ ମଧ୍ୟରେ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଥିଲେ ।

ବିଜେପି ତାଙ୍କୁ ସଂଗଠନାତ୍ମକ କାର୍ଯ୍ୟ ଭାର ଦେଇଥିଲା । ଏହା ପରେ ସେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଓଡ଼ିଶା ରାଜ୍ୟର ସାଧାରଣ ସମ୍ପାଦକ ତଥା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ । ବର୍ତ୍ତମାନ ସେ ବିଜେପିର ରାଜ୍ୟ ସମ୍ପାଦକ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ରାଜ୍ୟର ପଶ୍ଚିମାଞ୍ଚଳ ବିଶେଷ ଭାବରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାକୁ ନିଜର କର୍ମକ୍ଷେତ୍ର କରିଥିବା ତ୍ରିପାଠୀ ଲୋକଙ୍କ ମଧ୍ୟରେ ପାର୍ଟିର ବିଚାରଧାରାକୁ ଆଗକୁ ବଢାଇବା ପାଇଁ ନିଷ୍ଠାରେ ଜନସେବା କରୁଛନ୍ତି । ରାଜ୍ୟର ବିଗିଡିଥିବା ଶିକ୍ଷା ବ୍ୟବସ୍ଥାକୁ ନେଇ ସେ ଅନେକ ବଡ ଆନ୍ଦୋଳନ କରିଛନ୍ତି ।

ଦୀପାଳି ବିଜେଡି ପ୍ରାର୍ଥୀ:ପୂର୍ବରୁ ଗତ ମାର୍ଚ୍ଚ 31ରେ ବିଜେଡି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ପ୍ରଥମ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିଛି । ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ସାଧାରଣ ଜୀବନରେ ଆକ୍ଟିଭ ଥିଲେ । ସେ ଯୁବ ମହିଳା ଭାବେ ଜନ ଜୀବନରେ ଆସିବାକୁ ଆଗ୍ରହୀ ଥିଲେ । ତାଙ୍କ ବାପା ଜୀବିତ ଥିବା ସମୟରେ ସେ ଏହା କହିଥିଲେ । ବାପାଙ୍କ ତତ୍ତ୍ବାବଧାନରେ ଦୀପାଳି ଅନେକ କାର୍ଯ୍ୟ କରିଛନ୍ତି । ଦୀପାଳି ପଦ୍ମପୁର, ବ୍ରଜରାଜନଗର ଉପନିର୍ବାଚନରେ ସଫଳତାର ସହ ବିଭିନ୍ନ ପ୍ରଚାର କାର୍ଯ୍ୟ କହିଛନ୍ତି । ଆଗ୍ରେସିଭ୍ ଓ ପୋଲାଇଟଲି ସେ ଲୋକଙ୍କ ପାଖକୁ ଯାଆନ୍ତି । ଦୀପାଳିଙ୍କୁ ପ୍ରାର୍ଥୀ କରି ବିଜେଡି ଅନୁକମ୍ପା, ମହିଳା, ଯୁବ ଭୋଟ ହାତେଇବାକୁ ସକ୍ଷମ ହେବ ବୋଲି କୁହାଯାଉଛି ।

ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ: ସେହିପରି କଂଗ୍ରେସ ମଧ୍ୟ ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେଙ୍କୁ ଟିକେଟ ଦେଇଛି । ଝାରସୁଗୁଡା ଉପନିର୍ବାଚନ ପ୍ରାର୍ଥୀ ଚୟନ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଏକ 5 ଜଣିଆ କମିଟି ଗଠନ କରିଥିଲେ । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ବରେ ଟିମ ଝାରସୁଗୁଡା ଯାଇ ଦଳୀୟ ନେତା କର୍ମୀଙ୍କ ସହ ଆଲୋଚନା କରିଥିଲେ । ପରେ କମିଟି ପିସିସି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ପିସିସିର ସୁପାରିଶ ଓ ଅଖିଳ ଭାରତୀୟ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ଟିକେଟ ପାଇଁ ଜିଲ୍ଲା ସଭାପତି ଅଶୋକ ମିଶ୍ର ଗତଥର ନିର୍ବାଚନ ଲଢିଥିବା ନେତା ମଧ୍ୟ ଟିକେଟ ଆଶାୟୀ ଥିଲେ । କିନ୍ତୁ ଦଳ 3 ଥର ବିଧାୟକ ବିରେନ ପାଣ୍ଡେଙ୍କ ପୁଅ ତଥା ଯୁବନେତା ତରୁଣ ପାଣ୍ଡେଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଦଳ ।

ଇଟିଭି ଭାରତ, ଭୁବନେଶ୍ବର/ଝାରସୁଗୁଡା

Last Updated : Apr 13, 2023, 7:09 AM IST

ABOUT THE AUTHOR

...view details