ଓଡିଶା

odisha

ETV Bharat / state

ବୃଦ୍ଧ ପରିବା ବିକାଳୀଙ୍କୁ ମହିଳା ତହସିଲଦାରଙ୍କ ମାଡ, ଭିଡିଓ ଭାଇରାଲ

ଝାରସୁଗୁଡାରେ ପରିବା ବିକାଳୀଙ୍କୁ ମାଡ ମାରିଲେ ମହିଳା ତହସିଲଦାର । ଭଇରାଲ ହେବାରେ ଲାଗିଛି ଭିଡିଓ । ଅଧିକ ପଢନ୍ତୁ...

By

Published : Jun 3, 2021, 10:09 PM IST

Updated : Jun 3, 2021, 10:27 PM IST

ରାସ୍ତା ଉପରେ ବୃଦ୍ଧ ପରିବା ବିକାଳୀଙ୍କୁ ମାଡ ମାରିଲେ ତହସିଲଦାର, ଭାଇରାଲ ହେଉଛି ଭିଡିଓ
ରାସ୍ତା ଉପରେ ବୃଦ୍ଧ ପରିବା ବିକାଳୀଙ୍କୁ ମାଡ ମାରିଲେ ତହସିଲଦାର, ଭାଇରାଲ ହେଉଛି ଭିଡିଓ

ଝାରସୁଗୁଡା:ଲକଡାଉନରେ ପରିବା ବିକୁଥିବା ଜଣେ ବ୍ୟବସାୟୀଙ୍କୁ ରାସ୍ତା ଉପରେ ମାଡ ମାରିଲେ ତହସିଲଦାର । ତହସିଲଦାର ମାଡ ମାରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ମହିଳା ଅଧିକାରୀ ଜଣଙ୍କ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ଯୋଗୀତା ତିର୍କୀ । ମହିଳା ଅଧିକାରୀ ଜଣକ କୋଭିଡ ସମୟରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଜଣାପଡିଛି ।

ବୃଦ୍ଧ ପରିବା ବିକାଳୀଙ୍କୁ ମହିଳା ତହସିଲଦାରଙ୍କ ମାଡ, ଭିଡିଓ ଭାଇରାଲ

ସମ୍ପୂର୍ଣ୍ଣ ଘଟଣାକ୍ରମ ଅନୁସାରେ କୋଭିଡ ଲକଡାଉନ ସମୟରେ ଜିଲ୍ଲାରେ 11ଟା ପରେ ଦୋକାନ ବଜାର ବନ୍ଦ ହେବା ପରେ ରାସ୍ତା ଉପରେ ଜଣେ ପରିବା ବିକାଳୀ ବସିଥିବା ଦେଖିବାକୁ ପାଇଥିଲେ ତହସିଲଦାର । ତେବେ ଏହା ଦେଖି ସେ ଉତ୍ୟକ୍ତ ହୋଇ ପଡିବା ସହ ଗାଡିରୁ ଓହ୍ଲାଇ ଗାଡ଼ିରେ ରଖିଥିବା ବାଡି ନିଜ ହାତରେ ଧରି ରାସ୍ତା ପାର କରି ଗାଉଁଲି ପରିବା ବିକାଳୀ ନିକଟରେ ପହଞ୍ଚି ସିଧା ମାଡ ଆରମ୍ଭ କରିଥିଲେ ।

ତେବେ ରାସ୍ତା ଉପରେ ଜଣେ ପରିବା ବିକାଳୀଙ୍କୁ ମାଡ ମାରିବା ପାଇଁ ଜଣେ ପ୍ରଶାସନିକ ଅଧିକାରୀଙ୍କୁ କିଏ ଅଧିକାର ଦେଲେ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଉକ୍ତ ଘଟଣା ପରେ ସମ୍ପୃକ୍ତ ତହସିଲଦାରଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଛତିଶଗଡ଼ର ଜଣେ ଜିଲାପାଳ ଅମାନିଆ ଯୁବକଙ୍କୁ ମାଡ ମାରିବା ଭିଡ଼ିଓ ଭାଇରାଲ ହେବା ପରେ ଛତିଶଗଡ଼ ସରକାର ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୁପ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ । ଝାରସୁଗୁଡାରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ଏପରି କାର୍ଯ୍ୟ ପରେ ଜିଲ୍ଲା ପ୍ରଶାସନ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାକୁ ଅପେକ୍ଷା ।

ଝାରସୁଗୁଡାରୁ ରବି ନାରାୟାଣ ସାହୁ, ଇଟିଭି ଭାରତ

Last Updated : Jun 3, 2021, 10:27 PM IST

ABOUT THE AUTHOR

...view details