ଝାରସୁଗୁଡା:ଫେବୃଆରୀରେ ବାରବାଟୀରେ ଅନୁଷ୍ଠିତ ହେବାରୁ ଥିବା ଟି-୨୦ ମ୍ୟାଚ ବାତିଲ ହୋଇପାରେ । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ ହେବା ନ ହେବା ନେଇ ପ୍ରଶ୍ନବାଚୀ ଘେରରେ ରହିଛି । ଏହା ସହିତ ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତରେ ମଧ୍ୟ ଗୋଟିଏ ମ୍ୟାଚ କଟକରେ ହେବାକୁ ଥିବା ବେଳେ ତାହା ମଧ୍ୟ ବର୍ତ୍ତମାନ ସନ୍ଦେହ ସୃଷ୍ଟି ହୋଇଛି । ତେବେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତ ଓସିଏ ଯୁଗ୍ମ ସମ୍ପାଦକ ମହତାବ ଖାଁ ।
ଗତକାଲି ବିସିସିଆଇର ଟୁର୍ଣ୍ଣାମେଣ୍ଟ କମିଟିର ବୈଠକ ଥିଲା । ଗୋଟିଏ ଭେନ୍ୟୁରେ ଟି-୨୦ ଓ ଦିନିକିଆ ମ୍ୟାଚ ସାରିବାକୁ ଚେଷ୍ଟା କରାଯାଉଛି । ବର୍ତ୍ତମାନ କିଛି ନିଷ୍ପତ୍ତି ହୋଇନାହିଁ । କଟକ, କୋଲକାତା ଓ ଅହମ୍ମଦାବାଦରେ ମ୍ୟାଚ ହେବା ନେଇ ନିଷ୍ପତ୍ତି ହୋଇପାରେ ବୋଲି କହିଛନ୍ତି ଓସିଏ ଯୁଗ୍ମ ସମ୍ପାଦକ । ବିନା ଦର୍ଶକରେ ମ୍ୟାଚ ହେବା ସୁନିଶ୍ଚିନ୍ତ ।