ଓଡିଶା

odisha

ETV Bharat / state

ଝାରସୁଗୁଡାରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଳିତ

ସତ୍ୟ ଅହିଂସାର ପଥ ପ୍ରଦର୍ଶକ ବାପୁଙ୍କ 154 ତମ ଜନ୍ମଜୟନ୍ତୀ ପାଳୁଛି ପୁରା ଦେଶ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଗତକାଲି ଝାରସୁଗୁଡାରେ ସ୍ବଚ୍ଛତା ହିଁ ସେବା ଅଭିଯାନ ପାଳନ ହୋଇଯାଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 2, 2023, 8:26 AM IST

swachhata hi seva program
swachhata hi seva program

ଝାରସୁଗୁଡାରେ ସ୍ୱଚ୍ଛତା ହିଁ ସେବା ଅଭିଯାନ

ଝାରସୁଗୁଡା:ଆଜି ଜାତିର ପିତା ମୋହନ ଦାସ କରମ ଚାନ୍ଦ ଗାନ୍ଧିଙ୍କ ଜୟନ୍ତୀ । ସତ୍ୟ ଅହିଂସାର ପଥ ପ୍ରଦର୍ଶକ ବାପୁଙ୍କ 154ତମ ଜନ୍ମଜୟନ୍ତୀ ପାଳୁଛି ପୁରା ଦେଶ । ଏହି ଅବସରରେ ଗତକାଲି ସାରା ଦେଶ ପାଳନ କରିଛି ସ୍ବଚ୍ଛତା ହିଁ ସେବା ଅଭିଯାନ । ମନକି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ଜନତା ୧ ଘଣ୍ଟା ସାମୂହିକ ଶ୍ରମଦାନ କରିବା ନେଇ ଅନୁରୋଧ କରିଥିଲେ । ଯାହାକୁ ନେଇ ଝାରସୁଗୁଡ଼ାରେ ମଧ୍ୟ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଳନ ହୋଇଯାଇଛି । ତେବେ ଝାରସୁଗୁଡ଼ା ଜିଲ୍ଲା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ଭାରତୀୟ ଜନତା ପାର୍ଟିର ଅନ୍ୟନ କାର୍ଯ୍ୟକର୍ତ୍ତାଙ୍କର ଉପସ୍ଥିତିରେ 'ସ୍ୱଚ୍ଛତା ହିଁ ସେବା' କାର୍ଯ୍ୟ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ରାତି ପାହିଲେ ଗାନ୍ଧୀ ଜୟନ୍ତୀ, ବଡ଼ଦାଣ୍ଡରେ ଚାଲିଲେ ୧୫୪ ଗାନ୍ଧୀ ବେଶଧାରୀ

ସେହିପରି ଅନ୍ୟପଟେ ଝାରସୁଗୁଡ଼ା SBI ଶାଖା ପକ୍ଷରୁ ବସ ଟର୍ମିନାଲ ସମେତ ଅନେକ ସ୍ଥାନରେ ସ୍ୱଚ୍ଛ ଭାରତ ଅଭିଯାନ ପାଳନ ହୋଇଯାଇଛି । ଏଥିରେ SBI ଶାଖାର ସମସ୍ତ କର୍ମୀମାନେ ସାମିଲ ହୋଇଥିଲେ । ବ୍ରାଞ୍ଚ୍‌ ମ୍ୟାନେଜରଠାରୁ ଆରମ୍ଭ କରି ପିଅନ ଯାଏଁ ସମସ୍ତେ ମିଶି ଅଳିଆ ଆବର୍ଜନା ସଫା କରିଥିଲେ । ଏଥି ସହ ସମାଜକୁ ସ୍ୱଚ୍ଛ ରଖିବାର ବାର୍ତ୍ତା ଦେଇଥିଲେ । ଏଥିରେ ଆଞ୍ଚଳିକ ବ୍ରାଞ୍ଚ୍‌ ଅଧ୍ୟକ୍ଷ ଅସ୍ମିନ ଅନୁପମ ପ୍ରହରାଜଙ୍କ ସମେତ ସମସ୍ତ SBI କର୍ମଚାରୀ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ- ସ୍ୱଚ୍ଛତା ହିଁ ସେବାରେ ସାମିଲ ହେଲେ ବିଏସଏଫ ଯବାନ, ସଫେଇ କଲେ ଲିଙ୍ଗରାଜ ମନ୍ଦିର

ଏନେଇ ଆଞ୍ଚଳିକ ବ୍ରାଞ୍ଚ୍‌ ଅଧ୍ୟକ୍ଷ ଅସ୍ମିନ ପ୍ରହରାଜ କହିଛନ୍ତି, "ଗାନ୍ଧୀଙ୍କ ଚଷମାକୁ ଏହି ମିଶନର ଲୋଗୋ ଭାବରେ ବ୍ୟବହାର କରାଯାଉଛି ଯାହା ଖୁସିର କଥା। କାରଣ ଗାନ୍ଧୀ ହେଉଛନ୍ତି ଦେଶର ପ୍ରଥମ ରାଜନେତା ଯିଏ ସ୍ବଚ୍ଛତାକୁ ରାଜନୈତିକ ଜୀବନରେ ସର୍ବାଧିକ ଗୁରୁତ୍ଵ ଦେଇଥିଲେ ।" ତେବେ ଷ୍ଟେଟ ବ୍ୟାଙ୍କ ଏବଂ ଜିଲ୍ଲାର ବିଭିନ୍ନ ଘରୋଇ ବ୍ୟାଙ୍କ ଏହି ସ୍ବଚ୍ଛତା କାର୍ଯ୍ୟକ୍ରମ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସମ୍ମାନ ଜଣାଇଥିଲେ । ଏହାସହ ଆଖପାଖରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବାରେ ବିମଳେନ୍ଦୁ ଭୋଳ,ସୋନୁ ଥିରାଣୀ, ବବଲୁ ସିଂ,ଭିନୟ ମୋଦି ଏବଂ ରୋନକ ତୁଲିସ୍ୟାନ୍ ପ୍ରମୁଖ ସହଯୋଗ କରିଥିଲେ ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details