ଝାରସୁଗୁଡ଼ା: ଟେଣ୍ଟ ଲଗାଇ ଷ୍ଟ୍ରଙ୍ଗରୁମ୍ ଜଗିଛନ୍ତି ବିଜେପି, କଂଗ୍ରେସ, ସିପିଆଇ ଦଳ ତଥା କଛି ନିର୍ଦଳୀୟ ସରପଞ୍ଚ ଓ ସମିତି ସଭ୍ୟ ପ୍ରର୍ଥୀ । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକରେ । ଲଖନପୁର ବ୍ଲକର ତିନୋଟି ଯାକ ଜିଲ୍ଲା ପରିଷଦ ଜୋନରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଭୋଟ ବାକ୍ସକୁ ବାଣ୍ଡିପାହାଡସ୍ଥିତ ଆଦର୍ଶ ବିଦ୍ୟାଳୟରେ ରଖାଯାଇଛି । ତେବେ ଭୋଟ ବାକ୍ସର ସୁରକ୍ଷା ବ୍ୟବସ୍ଥା ଉପରେ ସନ୍ଦେହ ପ୍ରକାଶ କରି ବିଜେପି, କଂଗ୍ରେସ, ସିପିଆଇ ତଥା କିଛି ନିର୍ଦଳୀୟ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ଟେଣ୍ଟ ଲଗାଇ ଦିନ ରାତି ଜଗି ରହିଛନ୍ତି ।
ଟେଣ୍ଟ ଲଗାଇ ଷ୍ଟ୍ରଙ୍ଗରୁମ୍ ଜଗିଛନ୍ତି ବିରୋଧି ଦଳ - ଝାରସୁଗୁଡ଼ାରେ ବିରୋଧି ଜଗିଛନ୍ତି ଷ୍ଟ୍ରଙ୍ଗ ରୁମ
ବାଣ୍ଡିପାହାଡ ନିକଟରେ ଥିବା ଆଦର୍ଶ ବିଦ୍ୟାଳୟରେ ଷ୍ଟ୍ରଙ୍ଗରୁମ୍ କରାଯାଇଛି । ଝାରସୁଗୁଡ଼ା ସଦର ମହାକୂମା ଠାରୁ ଅନେକ ଦୂରରେ ଥିବାରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ନଥିବା ବିଜେପି, କଂଗ୍ରେସ ଓ ସିପିଆଇ ଅଭିଯୋଗ କରିଛି । ତେଣୁ, ସେଠାରେ ଟେଣ୍ଟ ଲଗାଇ ଷ୍ଟ୍ରଙ୍ଗରୁମ୍ ଜଗିଛନ୍ତି । ଅଧିକ ପଢନ୍ତୁ
ବିଗତ ପଞ୍ଚାୟତ ନିର୍ବାଚନ ଗୁଡିକରେ ଲଖନପୁର ବ୍ଲକ ପରିସରରେ ଷ୍ଟ୍ରଙ୍ଗ ରୁମ୍ କରାଯାଇ ଭୋଟ ବାକ୍ସ ଗୁଡିକୁ ସୁରକ୍ଷିତ ରଖାଯାଉଥିଲା । ହେଲେ ଚଳିତ ନିର୍ବାଚନରେ ବ୍ଲକ ପରିସରରେ ଷ୍ଟ୍ରଙ୍ଗ ରୁମ୍ କରାନଯାଇ ବାଣ୍ଡିପାହାଡ ନିକଟରେ ଥିବା ଆଦର୍ଶ ବିଦ୍ୟାଳୟରେ କରାଯାଇଛି । ତେବେ ଏହି ଷ୍ଟ୍ରଙ୍ଗ ରୁମ୍ ସଦର ମହାକୂମା ଠାରୁ ଅନେକ ଦୂରରେ ଥିବାସହ ଏଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ନଥିବା ବିଜେପି, କଂଗ୍ରେସ ଓ ସିପିଆଇ ଅଭିଯୋଗ କରିଛି । ତେଣୁ, ଜନସାଧାରଣଙ୍କ ବହୁମୂଲ୍ୟ ମତଦାନ ଉପରେ ଯେପରି କୌଣସି ପ୍ରକାର ହେରଫେର କରାନଯାଉ ସେଥିପାଇଁ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ଟେଣ୍ଟ ଲଗାଇ ୫ ଦିନ ହେଲାଣି ଦିନ ରାତି ଜଗୁଥିବାବେଳେ ଆଗାମୀ ୨୬ ତାରିଖ ହେବାକୁ ଥିବା ଭୋଟ ଗଣତି ଦିନ ପର୍ଯ୍ୟନ୍ତ ଷ୍ଟ୍ରଙ୍ଗରୁମ୍ ଜଗିବେ ବୋଲି ସେମାନେ ପ୍ରକାଶ କରିଛନ୍ତି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ