ଓଡିଶା

odisha

ETV Bharat / state

ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବନି, ସାରା ରାଜ୍ୟରେ ଚଢାଉ ହେବ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ - ନକଲି ଔଷଧ ପ୍ରସଙ୍ଗ

ନକଲି ଔଷଧ ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ରାଜ୍ୟରେ ନକଲି ଔଷଧ କାରବାରକୁ ବରଦାସ୍ତ କରିବେନି ରାଜ୍ୟ ସରକାର । ରାଜ୍ୟରେ ଚଢ଼ାଉ ଆହୁରି ଜୋରଦାର କରାଯିବ କହିଲେ ମନ୍ତ୍ରୀ । ଅଧିକ ପଢନ୍ତୁ

ରାଜ୍ୟରେ ନକଲି ଔଷଧ କାରବାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ରାଜ୍ୟରେ ନକଲି ଔଷଧ କାରବାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

By

Published : Sep 14, 2022, 5:49 PM IST

ଝାରସୁଗୁଡା: ରାଜ୍ୟରେ ନକଲି ଔଷଧ କାରବାର ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ସିଟି ସ୍କାନ ମେସିନର ଶୁଭାରମ୍ଭ ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏହା କହିଛନ୍ତି । ତେବେ ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଆଜି ସିଟି ସ୍କାନ ମସିନର ଶୁଭାରମ୍ଭ ହୋଇଛି l ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ସିଟିସ୍କାନ ମସିନର ଲୋକାର୍ପଣ କରିଛନ୍ତି l

ରାଜ୍ୟରେ ନକଲି ଔଷଧ କାରବାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଆଜିଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକେ ମାଗଣାରେ ସିଟି ସ୍କାନର ସୁବିଧା ପାଇ ପାରିବେ l ଝାରସୁଗୁଡାରେ ପୂର୍ବରୁ ସିଟି ସ୍କାନ ମସିନ ନଥିବାରୁ ଲୋକେ ଜିଲ୍ଲା ବାହାରକୁ ଯାଇ ଖର୍ଚ୍ଚାନ୍ତ ହେଉଥିଲେ l ତେଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନର ବ୍ୟବସ୍ଥା କରିବା ପାଇଁ ଲୋକେ ବହୁ ଦିନରୁ ଦାବି କରି ଆସୁଥିଲେ l ତେବେ ଆଜି ଏହାର ଶୁଭାରମ୍ଭ କରିବା ସହ ନକଲି ଔଷଧ ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ।

ସାରା ରାଜ୍ୟରେ ଚଢାଉ ହେବ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ସେ କହିଛନ୍ତି ଯେ, ରାଜ୍ୟରେ ନକଲି ଔଷଧ କାରବାର ବରଦାସ୍ତ କରିବେନି ରାଜ୍ୟ ସରକାର । ରାଜ୍ୟରେ ଚଢ଼ାଉ ଆହୁରି ଜୋରଦାର କରାଯିବ । ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ତେବେ ଆଗକୁ ସବୁ ଜିଲ୍ଲାରେ ଚଢାଉ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯିବ। ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ମଧ୍ୟ ଏନେଇ କାର୍ଯ୍ୟ ଆରମ୍ଭ ହେବ। ଆଇନ ତା ବାଟରେ ଯିବ,କାହାରିକୁ ଛଡା ଯିବନାହିଁ ବୋଲି ନକଲି ଔଷଧ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ପରୋକ୍ଷ ଭାବରେ ୱାର୍ନିଙ୍ଗ ଦେଲେ ନବ।

ତେବେ ଏଥିସହ ସିଟି ସ୍କାନ ମସିନର ଶୁଭାରମ୍ଭ କରି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, "ଏହା ହେଉଛି ଝାରସୁଗୁଡା ନୂତନ ନିର୍ମାଣର ଏକ ଅଂଶ ବିଶେଷ l ଖୁବ ଶୀଘ୍ର ଝାରସୁଗୁଡାରେ ହାର୍ଟ ହସ୍ପିଟାଲ ଓ କ୍ୟାନସର ହସ୍ପିଟାଲ ମଧ୍ୟ କାର୍ଯ୍ୟକ୍ଷମ ହେବ l ଝାରସୁଗୁଡା ତଥା ରାଜ୍ୟର ସମସ୍ତ ସ୍ଥାନରେ ଲୋକଙ୍କୁ ଉନ୍ନତ ଚିକିତ୍ସାସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଚେଷ୍ଟିତ ଅଛନ୍ତି l ତାଙ୍କରି ପ୍ରାୟସରେ ରାଜ୍ୟର ସ୍ବାସ୍ଥ୍ୟ ସେବା ସୁଦୃଢ ହୋଇପାରିଛି l ରାଜ୍ୟରେ ଏବେ ନୂତନ ମେଡିକାଲ କଲେଜ ସ୍ଥାପନ କରାଯାଉଛି l ଆଗାମୀ 2-3 ବର୍ଷରେ ଓଡିଶା ଡାକ୍ତର ବଳକା ରାଜ୍ୟ ହେବ l"

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details