ଓଡିଶା

odisha

ETV Bharat / state

ଝାରସୁଗୁଡାରେ ସ୍ପୋର୍ଟସ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ କ୍ରୀଡ଼ାମନ୍ତ୍ରୀ

ହଂସାମୁରାର କଣ୍ଟାପାଲି ନିକଟରେ ପ୍ରସ୍ତାବିତ ସମନ୍ବିତ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଆଜି  ଶିଳାନ୍ୟାସ କରାଯାଇଛି ।

By

Published : Aug 11, 2019, 4:21 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡ଼ା: ହଂସାମୁରାର କଣ୍ଟାପାଲି ନିକଟରେ ପ୍ରସ୍ତାବିତ ସମନ୍ବିତ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଆଜି ଶିଳାନ୍ୟାସ କରାଯାଇଛି । ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଝାରସୁଗୁଡାରେ ଏହି ଶିଳାନ୍ୟାସ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଶିଳାନ୍ୟାସ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ସହ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ବରଗଡ଼ ସାଂସଦ ସୁରେଶ ପୂଜାରୀ ପ୍ରମୁଖ ଯୋଗଦେଇଛନ୍ତି । ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପ୍ରଥମ ପର୍ଯ୍ୟାୟରେ ଦେଢ଼କୋଟି ଟଙ୍କା ଅନୁଦାନ ରେ ଏହି ସ୍ପୋର୍ଟସ କମ୍ପ୍ଲେସ ନିର୍ମାଣ କରିବେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details