ଓଡିଶା

odisha

ETV Bharat / state

ପ୍ରତିଶ୍ରୃତି ରକ୍ଷା କଲେ ରାଜ୍ୟ ସରକାର: କୋଭିଡ ଯୋଦ୍ଧା ପରିବାରକୁ ଦାନ କଲେ 50 ଲକ୍ଷ - covid warrior

ପ୍ରତିଶ୍ରୃତି ରକ୍ଷା କଲେ ରାଜ୍ୟ ସରକାର । କୋରୋନାରେ ମୃତ୍ୟୁବରଣ କରିଥିବା କୋଭିଡ ଯୋଦ୍ଧାଙ୍କୁ ପ୍ରଦାନ କଲେ ଅନୁକମ୍ପା ରାଶି । ଅଧିକ ପଢନ୍ତୁ...

ପ୍ରତିଶୃତି ରକ୍ଷା କଲେ ରାଜ୍ୟ ସରକାର: କୋଭିଡ ଯୋଦ୍ଧା ପରିବାରକୁ ମିଳିଲା ଅନୁକମ୍ପା ରାଶି
ପ୍ରତିଶୃତି ରକ୍ଷା କଲେ ରାଜ୍ୟ ସରକାର: କୋଭିଡ ଯୋଦ୍ଧା ପରିବାରକୁ ମିଳିଲା ଅନୁକମ୍ପା ରାଶି

By

Published : Dec 17, 2020, 5:11 PM IST

ଝାରସୁଗୁଡା: ପ୍ରତିଶ୍ରୃତି ରକ୍ଷା କଲେ ରାଜ୍ୟ ସରକାର । କୋରୋନାରେ ମୃତ୍ୟୁବରଣ କରିଥିବା କୋଭିଡ ଯୋଦ୍ଧାଙ୍କୁ ପ୍ରଦାନ କଲେ ଅନୁକମ୍ପା ରାଶି । ନିକଟରେ କୋରୋନାରେ ମୃତ୍ୟୁବରଣ କରିଥିବା ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା ଶରତ ଚନ୍ଦ୍ର ପୋଢ଼ଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।

ପ୍ରତିଶୃତି ରକ୍ଷା କଲେ ରାଜ୍ୟ ସରକାର: କୋଭିଡ ଯୋଦ୍ଧା ପରିବାରକୁ ମିଳିଲା ଅନୁକମ୍ପା ରାଶି

ସୂଚନାଯୋଗ୍ୟ, ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୦ ବର୍ଷ ଧରି ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା ଶରତ ଚନ୍ଦ୍ର ପୋଢ଼ କୋରୋନାରେ ଆକ୍ରାନ୍ତ ହୋଇ ଗତ ୨୭ ତାରିଖ ସେପ୍ଟେମ୍ବର ମାସରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି(ଗୁରୁବାର) ରାଜ୍ୟ ସରକାର ନିଜ ପ୍ରତିଶୃତି ରକ୍ଷା କରି ଶରତ ଚନ୍ଦ୍ର ପୋଢ଼ଙ୍କ ସ୍ତ୍ରୀ ଗାୟତ୍ରୀ ପୋଢଙ୍କୁ ଅନୁକମ୍ପା ରାଶି ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଝାରସୁଗୁଡା ସିଡିଏମଓ ଡ଼ା ଜଗଦୀଶ ଚନ୍ଦ୍ର ବାରିକ ଏହି ଅର୍ଥରାଶିକୁ ପ୍ରଦାନ କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details