ଓଡିଶା

odisha

ETV Bharat / state

‘ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ’

ଝାରସୁଗୁଡାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରେସମିଟ । କହିଲେ ସାମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର । ଅଧିକ ପଢନ୍ତୁ...

By

Published : Jul 7, 2021, 6:02 AM IST

‘ ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର’
‘ ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର’

ଝାରସୁଗୁଡା: ଆଜି ଜିଲ୍ଲାର ବିଭିନ୍ନ କୋରୋନା ଟିକାକେନ୍ଦ୍ର ପରିଦର୍ଶନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ସହରର ମଙ୍ଗଳ ବଜାରରେ ଥିବା ମସଜିଦ ନିକଟସ୍ଥ ଏକ ଅଫ-ଲାଇନ ଟିକାକେନ୍ଦ୍ରକୁ ଉଦଘାଟନ କରିବା ଅବସରରେ ରାଜ୍ୟରେ ଦୈନିକ ଟିକାଦାନକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସହ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

‘ ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର’

ଅନ୍ୟପଟେ ତୃତୀୟ ଲହର ଆସିବା ପୂର୍ବରୁ ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷାକୁ ଧ୍ୟାନ ଦେଇ ଘରକୁ ଘର ବୁଲି ସର୍ଭେ କରାଯିବ। କୋରୋନାର ସମ୍ଭାବ୍ୟ ତୃତୀୟ ପ୍ରବାହର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର, ମେଡିକାଲକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ଗତମାସ ୧୭ ତାରିଖରେ ପ୍ରସ୍ତୁତ SOP ସମସ୍ତଙ୍କୁ ପଠାଯାଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।

ସେହିପରି ଶିଶୁଙ୍କୁ ତୃତୀୟ ପ୍ରବାହ ଅଧିକ ପ୍ରଭାବିତ କରିବା ଆଶଙ୍କା ଥିବାରୁ ସବୁ ଡାକ୍ତର ଓ ନର୍ସଙ୍କୁ ଏହାର ମୁକାବିଲା ପାଇଁ ବିଶେଷ ପ୍ରଶିକ୍ଷଣ ଦିଆଯାଇଛି । ଶିଶୁଙ୍କ ପାଇଁ ରାଜ୍ୟର ବିଭିନ୍ନ ହସପିଟାଲରେ ଶିଶୁମାନଙ୍କ ପାଇଁ ସବୁ ପ୍ରକାର ବେଡ୍ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details