ଓଡିଶା

odisha

ETV Bharat / state

ବିଧାନସଭା ଷ୍ଟାଣ୍ଡିଂ କମିଟିର ଝାରସୁଗୁଡ଼ା ଗସ୍ତ - State assembly standing committee visits jharsuguda

ଓଡ଼ିଶା ବିଧାନସଭାର ଷ୍ଟାଣ୍ଡିଂ କମିଟି (7) ଝାରସୁଗୁଡ଼ା ଗସ୍ତରେ ଆସିଛି। ଗସ୍ତ ଅବସରରେ ଶିଳ୍ପ ଓ ଖଣି, ଜଙ୍ଗଲ ଓ ପରିବେଶ, ବାଣିଜ୍ୟ ଓ ପରିବହନ, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ବିଭାଗର କାର୍ଯ୍ୟ ସମୀକ୍ଷା କରିଛି ଏହି କମିଟି।

ଓଡ଼ିଶା ବିଧାନସଭା ସଭା ଷ୍ଟାଣ୍ଡିଂ କମିଟିର ଝାରସୁଗୁଡ଼ା ଗସ୍ତ
ଓଡ଼ିଶା ବିଧାନସଭା ସଭା ଷ୍ଟାଣ୍ଡିଂ କମିଟିର ଝାରସୁଗୁଡ଼ା ଗସ୍ତ

By

Published : Dec 20, 2019, 1:23 PM IST

ଝାରସୁଗୁଡ଼ା: ଜିଲ୍ଲା ଗସ୍ତରେ ଆସିଛି ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି (7)। ଗସ୍ତ ଅବସରରେ ଶିଳ୍ପ ଓ ଖଣି, ଜଙ୍ଗଲ ଓ ପରିବେଶ, ବାଣିଜ୍ୟ ଓ ପରିବହନ, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ବିଭାଗର କାର୍ଯ୍ୟ ସମୀକ୍ଷା କରିଛି ଏହି ଟିମ୍।
ବିଧାୟକ ତଥା କମିଟିର ଅଧ୍ୟକ୍ଷ ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଗୁରୁବାର ପୂର୍ବାହ୍ନରେ ବିଧାୟିକା ଉଷା ଦେବୀ, ବିଧାୟକ ଶଶୀଭୂଷଣ ବେହେରା, ଧ୍ରୁବଚରଣ ସାହୁ, ମୁକେଶ ମହାଲିଙ୍ଗ, ଦାଶରଥୀ ଗମାଙ୍ଗ ଓ ଅଙ୍ଗଦ କହଁର ସ୍ଥାନୀୟ ବେଦାନ୍ତ, ଟାଟା ରିଫ୍ରାକ୍ଟରି, ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିଥିଲେ। ସନ୍ଧ୍ୟାରେ ଡିଏମ୍ଏଫ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ କମିଟିର ବିଭିନ୍ନ ବିଭାଗୀୟ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ।

ରାଜ୍ୟର ଦ୍ରୁତ ଅଗ୍ରଗତି ପାଇଁ ଶିଳ୍ପାୟନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହି ଦୃଷ୍ଟିରୁ ଝାରସୁଗୁଡ଼ା ଜିଲ୍ଲା ଅନେକ ଗୁରୁତ୍ବ ବହନ କରେ ବୋଲି ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ ମତ ପ୍ରକାଶ କରିଥିଲେ। ଖଣିଜ ପଦାର୍ଥର ପରିବହନ ଆବଶ୍ୟକତା ଥିଲେ ମଧ୍ୟ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏ ଦିଗରେ ଆନୁସଙ୍ଗୀକ ବ୍ୟବସ୍ଥା ଗ୍ରହଣ କରିବାକୁ କମିଟି ପରାମର୍ଶ ଦେଇଛି। ପ୍ରଦୂଷଣ ନିୟନ୍ତ୍ରଣ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁନଥିବା ଶିଳ୍ପାନୁଷ୍ଠାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଷ୍ଟାଣ୍ଡିଂ କମିଟି ପକ୍ଷରୁ କୁହାଯାଇଛି।

ଓଡ଼ିଶା ବିଧାନସଭା ସଭା ଷ୍ଟାଣ୍ଡିଂ କମିଟିର ଝାରସୁଗୁଡ଼ା ଗସ୍ତ

ନିୟମ ଅନୁସାରେ ବୃକ୍ଷରୋପଣ ସହିତ ଏହାର ରକ୍ଷଣବେକ୍ଷଣ ପାଇଁ ସମୁଚିତ ପଦକ୍ଷେପ ନେବା, କୋଇଲା ଲୁହାପଥର ଆଦି ପରିବହନ କରୁଥିବା ଟ୍ରକରେ ଠିକ ଢଙ୍ଗରେ ପଲିଥିନ ଢାଙ୍କିବା ସହ ପ୍ରଦୂଷଣ ରୋକିବା ଦିଗରେ ବୈଷୟିକ ଜ୍ଞାନ କୌଶଳର ଉପଯୋଗ ଉପରେ ମଧ୍ୟ କମିଟି ଗୁରୁତ୍ବାରୋପ କରିଥିଲା। ବିସ୍ଥାପନ ସମସ୍ୟା, ନିଯୁକ୍ତି ଓ କ୍ଷତି ପୂରଣ ପ୍ରଦାନ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପଚାରି ବୁଝିଥିଲା ରାଜ୍ୟ ବିଧାନସଭା ଷ୍ଟାଣ୍ଡିଂ କମିଟି। ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା, ଛୋଟ ଉଦ୍ୟୋଗ ମାଧ୍ୟମରେ ନୂତନ କର୍ମ ନିଯୁକ୍ତି ସୃଷ୍ଟି, ଗ୍ରାମୀଣ କାରୀଗରଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସ୍ବାବଲମ୍ବୀ କରିବା ପାଇଁ ପରାମର୍ଶ ଦେଇ ବ୍ୟାଙ୍କ କର୍ମଚାରୀଙ୍କ ସହଯୋଗ ସମ୍ପର୍କରେ ପଚାରି ବୁଝିଥିଲେ।

ଦୁର୍ଘଟଣା ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା କଥା ମଧ୍ୟ ଆଲୋଚନା ହୋଇଥିଲା। ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ବିସ୍ଥାପନ ସମସ୍ୟା ସହ କ୍ଷତିପୂରଣ ଓ ନିଯୁକ୍ତି, ପ୍ରଦୂଷଣ ନିୟନ୍ତ୍ରଣ, ଦକ୍ଷତା ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ଆଦି ସମ୍ପର୍କରେ କମିଟିକୁ ଅବଗତ କରାଇଥିଲେ। ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details