ଝାରସୁଗୁଡ଼ା: ଜିଲ୍ଲାରେ ଶିକ୍ଷା ଠାରୁ ଆରମ୍ଭ କରି ନିଯୁକ୍ତି କ୍ଷେତ୍ର ପର୍ଯ୍ୟନ୍ତ ସବୁଠି ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ପ୍ରଦାନ ପାଇଁ ଉଠିଛି ଦାବୀ । ଝାରସୁଗୁଡ଼ା ଓବିସି ମଞ୍ଚ ପକ୍ଷରୁ ଏହି ଦାବୀ କରାଯାଇଥିବା ବେଳେ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ପଛୁଆ ବର୍ଗଙ୍କୁ ଦେଶର ଅଧିକାଂଶ ରାଜ୍ୟ କେନ୍ଦ୍ର ସରକାରଙ୍କ ନୀତି ଅନୁସରଣ କରି ସଂରକ୍ଷଣ ଦେଇ ଚାଲିଛନ୍ତି । ମାତ୍ର ଓଡ଼ିଶାରେ ରାଜ୍ୟ ସରକାର ସେମାନଙ୍କୁ ସଂରକ୍ଷଣ ତାଲିକାଭୁକ୍ତ ନକରିବା ଦୁର୍ଭାଗ୍ୟର ବିଷୟ ବୋଲି ଓବିସି ମଞ୍ଚ ପକ୍ଷରୁ କୁହାଯାଇଛି । ତେବେ ଯଥାଶୀଘ୍ର ଓବିସିଙ୍କ ପାଇଁ ଜାତି ଭିତ୍ତିକ ଜନଗଣନା ଆଧାରରେ ସ୍ବତନ୍ତ୍ର ସଂରକ୍ଷଣ ଲାଗୁ ପାଇଁ ଦାବୀ ଉଠିଛି ।