ଓଡିଶା

odisha

ETV Bharat / state

ଝାରସୁଗୁଡା ଦେଇ ତେଲେଙ୍ଗାନାରୁ ଝାଡଖଣ୍ଡକୁ ଗଡିଲା ସ୍ବତନ୍ତ୍ର ଶ୍ରମିକ ଟ୍ରେନ - ଝାରସୁଗୁଡାରେ ସ୍ବତନ୍ତ୍ର ଶ୍ରମିକ ଟ୍ରେନ

ଲକଡାଉନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକମାନଙ୍କ ସମେତ ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟ ବ୍ୟକ୍ତିଙ୍କୁ ରାଜ୍ୟ ଫେରାଇ ଆଣିବା ପାଇଁ କେନ୍ଦ୍ର ମନ୍ତ୍ରଣାଳୟରୁ ମିଳିଛି ଅନୁମତି । ଅଧିକ ପଢ଼ନ୍ତୁ...

special labour train from telangana to jharkhand, special labour train, special labour train st jharsuguda, jharsuguda latest news, ତେଲେଙ୍ଗାନାରୁ ଝାଡଖଣ୍ଡ ଗଡିଲା ସ୍ବତନ୍ତ୍ର ଶ୍ରମିକ ଟ୍ରେନ, ସ୍ବତନ୍ତ୍ର ଶ୍ରମିକ ଟ୍ରେନ, ଝାରସୁଗୁଡାରେ ସ୍ବତନ୍ତ୍ର ଶ୍ରମିକ ଟ୍ରେନ, ଝାରସୁଗୁଡା ଲାଟେଷ୍ଟ ନ୍ୟୁଜ୍‌
ତେଲେଙ୍ଗାନାରୁ ଝାଡଖଣ୍ଡ ଅଭିମୁଖେ ଗଡିଲା ସ୍ବତନ୍ତ୍ର ଶ୍ରମିକ ଟ୍ରେନ

By

Published : May 1, 2020, 11:20 PM IST

Updated : May 2, 2020, 11:47 AM IST

ଝାରସୁଗୁଡା: ଲକଡାଉନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକମାନଙ୍କ ସମେତ ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟ ବ୍ୟକ୍ତିଙ୍କୁ ରାଜ୍ୟ ଫେରାଇ ଆଣିବା ପାଇଁ କେନ୍ଦ୍ର ମନ୍ତ୍ରଣାଳୟରୁ ମିଳିଛି ଅନୁମତି । ଏହି କ୍ରମରେ ସେମାନଙ୍କ ପରିବହନ ପାଇଁ ମେ ମାସ 1 ତାରିଖରୁ ଶ୍ରମିକଙ୍କ ପାଇଁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଟ୍ରେନ । ଏନେଇ ତେଲେଙ୍ଗାନା ସରକାରଙ୍କ ଅନୁରୋଧ କ୍ରମେ ତେଲେଙ୍ଗାନା ଲିଙ୍ଗମପଲ୍ଲୀରୁ ଝାଡଖଣ୍ଡ ହଟିଆକୁ ଗଡିଛି ସ୍ବତନ୍ତ୍ର ଟ୍ରେନ । ଶୁକ୍ରବାର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସ୍ବତନ୍ତ୍ର ଟ୍ରେନଟି ଝାରସୁଗୁଡା ଷ୍ଟେସନରେ ରାତି 8ଟା 01 ମିନିଟରେ ପହଞ୍ଚି ମାତ୍ର ଦୁଇ ମିନିଟର ରହଣୀ ପରେ ପୁଣି ଝାଡଖଣ୍ଡ ଅଭିମୁଖେ ବାହାରିଛି ।

ଝାରସୁଗୁଡା ଦେଇ ତେଲେଙ୍ଗାନାରୁ ଝାଡଖଣ୍ଡକୁ ଗଡିଲା ସ୍ବତନ୍ତ୍ର ଶ୍ରମିକ ଟ୍ରେନ

ଏହି ସ୍ବତନ୍ତ୍ର ଟ୍ରେନରେ 1225 ପ୍ରବାସୀ ଦାଦନ ଶ୍ରମିକ ହଟିଆ ଅଭିମୁଖେ ଯାତ୍ରା କରୁଛନ୍ତି । ତେଣେ ରାଜ୍ୟ ସରକାରଙ୍କମାନଙ୍କ ଅନୁରୋଧକ୍ରମେ ଏହି ଟ୍ରେନ ଗୋଟିଏ ରାଜ୍ୟରୁ ସିଧାସଳଖ ଭାବେ ଯାତ୍ରୀଙ୍କୁ ନେଇ ଆଉ ଗୋଟିଏ ରାଜ୍ୟକୁ ଯିବ । ଫସି ରହିଥିବା ଶ୍ରମିକଙ୍କୁ ଏଭଳି ପରିବହନ ପାଇଁ ସ୍ବତନ୍ତ୍ର ନିୟମ ପ୍ରସ୍ତୁତ ହୋଇଛି । ଯାତ୍ରା ସମୟରେ ପ୍ରତ୍ୟେକ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ହୋଇଥିବା ବେଳେ ସେମାନଙ୍କ ପାଇଁ ଷ୍ଟେସନମାନଙ୍କରେ ଖାଦ୍ୟ ଓ ପାନୀୟଜଳର ବ୍ୟବସ୍ଥା ରହିବ ।

ରେଳବାଇ ପକ୍ଷରୁ ସାମାଜିକ ଦୂରତ୍ବ ଓ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରତ୍ବ ଦିଆଯିବା ସହିତ ଦୂର ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ବାଟରେ ଖାଦ୍ୟ ଯୋଗାଇ ଦିଆଯିବ । ଶ୍ରମିକମାନେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ସମ୍ପୃକ୍ତ ରାଜ୍ୟ ସରକାର ପରୀକ୍ଷା ନିରୀକ୍ଷା ଏବଂ କ୍ବାରେଣ୍ଟାଇନ ବ୍ୟବସ୍ଥା କରିବା ନେଇ ଯୋଜନା ରହିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : May 2, 2020, 11:47 AM IST

ABOUT THE AUTHOR

...view details