ଝାରସୁଗୁଡା: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାର ପାଇଁ ସୋନପୁର ଓ ସୁନ୍ଦରଗଡ ଗସ୍ତରେ ଆସିବେ। ସେ ନୂଆଦିଲ୍ଲୀରୁ ବିମାନ ଯୋଗେ ସିଧାସଳଖ ଝାରସୁଗୁଡାରେ ଓହ୍ଲାଇବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ।
ରିପୋର୍ଟ ଅନୁସାରେ ବାୟୁସେନାର ବିମାନ ଯୋଗେ ଝାରସୁଗୁଡା ବିମାନ ବନ୍ଦରରେ ସକାଳ 10. 25 ମିନିଟ୍ରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଏହାପରେ ଝାରସୁଗୁଡାରୁ ହେଲିକପ୍ଟର ଯୋଗେ ସୁନ୍ଦରଗଡ ଯିବେ। ସେଠାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ପରେ ସୋନପୁର ଅଭିମୁଖେ ଯାତ୍ରା କରିବେ।