ଓଡିଶା

odisha

ETV Bharat / state

ଝାରସୁଗୁଡାରେ ସିନ୍ଦୁର ଖେଳରେ ମସଗୁଲ ମହିଳା - ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତଜନନୀ

ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତଜନନୀ । ଝାରସୁଗୁଡା ସହରର ଅଧିକାଂଶ ସ୍ଥାନରେ ମହିଳାମାନେ ସିନ୍ଦୁର ଖେଳିବା ସହ ମାଆଙ୍କୁ ମେଲାଣି ଦେଇଛନ୍ତି । ଅଧିକ ପଢନ୍ତୁ

ଝାରସୁଗୁଡାରେ ସିନ୍ଦୁର ଖେଳରେ ମସଗୁଲ ମହିଳା
ଝାରସୁଗୁଡାରେ ସିନ୍ଦୁର ଖେଳରେ ମସଗୁଲ ମହିଳା

By

Published : Oct 8, 2022, 10:13 AM IST

ଝାରସୁଗୁଡା: ଗତକାଲି ଝାରସୁଗୁଡାରେ ମାଆଙ୍କୁ ମେଲାଣି ଦିଆଯାଇଛି । ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତଜନନୀ । ଝାରସୁଗୁଡା ସହରର ଅଧିକାଂଶ ମେଢ଼ର ବିସର୍ଜନ ଆରମ୍ଭ ହୋଇଛି । ମେଲାଣିରେ ସହର କଳିବାଡି ଦୁର୍ଗା ପୂଜା ସ୍ୱତନ୍ତ୍ର ରହିଛି । ମାଆଙ୍କ ମେଲାଣି ଦିନ ସିନ୍ଦୁର ଖେଳର ପରମ୍ପରା ରହିଛି । ସଧବା ମହିଳାମାନେ ପ୍ରଥମେ ମାଆଙ୍କୁ ସିନ୍ଦୁର ଲଗାଇ ବନ୍ଦାପନା କରି ବିଦାୟ ଦେବା ସହ ନିଜେ ସିନ୍ଦୁର ଖେଳିଥାନ୍ତି । ଗତକାଲି ମାଆଙ୍କୁ ମେଲଣ ଦିଆଯାଉଥିବା ବେଳେ ସିନ୍ଦୁର ଖେଳିବା ସହ ସ୍ବାମୀଙ୍କ ଦୀର୍ଘାୟୁ କାମନା କରିଥିଲେ । ଏହି ସମୟରେ ଏକ ରଙ୍ଗମୟ ପରିବେଶ ସୃଷ୍ଟି ହେବା ସହ ସିନ୍ଦୁର ଖେଳରେ ମସଗୁଲ ରହିଥିଲେ ସଧବା ମହିଳା ।

ଏହା ମଧ୍ୟ ପଢନ୍ତୁ: ରୋଜଗାର ଦେଲା ଛତୁଚାଷ, ଚାକିରି ଛାଡି ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

ଝାରସୁଗୁଡାରେ ସିନ୍ଦୁର ଖେଳରେ ମସଗୁଲ ମହିଳା

ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ବ ହେବ ଝାରସୁଗୁଡ଼ା ସହରର କାଲିବାଡି ଠାରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳେ । ସିନ୍ଦୁର ଖେଳ ଏହି ସ୍ଥାନର ସ୍ବତନ୍ତ୍ର ରହିଥାଏ । ଗୁରୁବାର ଝାରସୁଗୁଡ଼ା ଜିଲ୍ଲାରେ ୯୮ଟି ମେଢ଼ରେ ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା ହୋଇଥିବା ବେଳେ ଗତକାଲି ମେଲାଣି ଉତ୍ସବ ଅନୁଷ୍ଠିତ ହୋଇଛି । ଝାରସୁଗୁଡ଼ା ସହରସ୍ଥିତ ସରବାହାଲରୁ ମେଢ଼ ଗୁଡ଼ିକ ଏକତ୍ରିତ ହୋଇ ସହରଦେଇ ଗୋଟିଏ ପରେ ଗୋଟିଏ ମେଢ଼ ଆଗେଇ ଚାଲିଛନ୍ତି । ମାଆଙ୍କ ଶେଷ ଦର୍ଶନ କରିବା ପାଇଁ ଶହଶହ ସଂଖ୍ୟାରେ ଭକ୍ତ ରୁଣ୍ଡହୋଇ ମା'ଙ୍କ ଦର୍ଶନ କରିବା ସହ ମନୋରଞ୍ଜନ କାର୍ଯ୍ୟକ୍ରମ ମେଲୋଡି ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଛନ୍ତି । ସହର ପରିକ୍ରମା ପରେ ବକ୍ସିଛକ ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ପୋଖରୀରେ ମା'ଙ୍କ ବିସର୍ଜନ କରାଯାଉଛି ।

ସିନ୍ଦୁର ଖେଳ ନେଇ ଏକ ଶ୍ରଦ୍ଧାଳୁ କହିଛନ୍ତି ଯେ, ‘‘ମା'ଙ୍କୁ ମେଲାଣି ଦିଆଯାଉଛି । ମେଲାଣି ସମୟରେ ଆମେ ସମସ୍ତେ ସଧବାମାନେ ସିନ୍ଦୁର ଖେଳିଥାଉ । ଏହା ଆମର ପୁରୁଣା ପରମ୍ପରା । ସିନ୍ଦୁର ଖେଳିବା ସହ ସ୍ବାମୀର ଦିର୍ଘାୟୁ କାମନା କରିଥାଉ । ସିନ୍ଦୁର ଖେଳି ଆମକୁ ଖୁସି ଲାଗୁଛି । ବିଭିନ୍ନ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଛି । ଆଜି ଖୁସି ଯେତିକି ଲାଗୁଛି ଦୁଃଖ ବି ସେତିକି ଲାଗୁଛି । ଆମେ ଏହି ସିନ୍ଦୁର ଖେଳ ସହ ମାଆଙ୍କ ଆଗମନକୁ ପୁଣି ବର୍ଷେ ଅପେକ୍ଷା କରିବାକୁ ପଡିବ । କୋଭିଡ ସମୟରେ ପୂଜା କରିପାରିନଥିଲୁ । ଏବର୍ଷ ଆମେ ସବୁ ପରମ୍ପରା ସହକାରରେ କରି ଖୁସି ଅନୁଭବ କରୁଛୁ ।"

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details