ଓଡିଶା

odisha

ETV Bharat / state

କୋରୋନା ଚେନ୍‌ ଭାଙ୍ଗିବାକୁ ସପ୍ତାହେ ପାଇଁ ଝାରସୁଗୁଡା ସଟଡାଉନ - ବର୍ଦ୍ଧିତ କୋରୋନା ସଂକ୍ରମଣ

ଝାରସୁଗୁଡ଼ାରେ ବର୍ଦ୍ଧିତ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡା ସହର ସମେତ ଜିଲ୍ଲାର ପ୍ରମୁଖ ସହର ବ୍ରଜରାଜନଗର ଓ ବେଲପାହାଡ଼କୁ ସପ୍ତାହ ପର୍ଯ୍ୟନ୍ତ ସଟଡାଉନ କରିବା ପାଇଁ ନିଷ୍ପତ୍ତି ନେଇଛି ଝାରସୁଗୁଡ଼ା ବ୍ୟବସାୟୀ ସଂଘ । ଅଧିକ ପଢନ୍ତୁ...

shutdown for a week in Jharsuguda
କୋରୋନା ଚେନ ଭାଙ୍ଗିବାକୁ ଝାରସୁଗୁଡ଼ାରେ ସପ୍ତାହ ପାଇଁ ସଟଡାଉନ

By

Published : Sep 26, 2020, 7:26 AM IST

ଝାରସୁଗୁଡ଼ା: ରାଜ୍ୟରେ ଏବେ ଦ୍ରୃତ ଗତିରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଏନେଇ ଚିନ୍ତାରେ ସରକାର । ଏପଟେ ଝାରସୁଗୁଡ଼ାରେ ବର୍ଦ୍ଧିତ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡା ସହର ସମେତ ଜିଲ୍ଲାର ପ୍ରମୁଖ ସହର ବ୍ରଜରାଜନଗର ଓ ବେଲପାହାଡ଼କୁ ସପ୍ତାହ ପର୍ଯ୍ୟନ୍ତ ସଟଡାଉନ କରିବା ପାଇଁ ନିଷ୍ପତ୍ତି ନେଇଛି ଝାରସୁଗୁଡ଼ା ବ୍ୟବସାୟୀ ସଂଘ ।

କୋରୋନା ଚେନ ଭାଙ୍ଗିବାକୁ ଝାରସୁଗୁଡ଼ାରେ ସପ୍ତାହ ପାଇଁ ସଟଡାଉନ

ଝାରସୁଗୁଡା ଜିଲ୍ଲାରେ ଗତ ଦୁଇ ସପ୍ତାହ ମଧ୍ୟରେ ପ୍ରତିଦିନ ଶତାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋବା ସହ ବର୍ତ୍ତମାନ ତାହା 4 ହଜାରକୁ ଛୁଇଁଛି । ଆଗକୁ ଏହି ସଂଖ୍ୟା ଆହୁରି ବଢିବାର ସମ୍ଭାବନା ଥିବାରୁ କୋରୋନା ଚେନ ଭାଙ୍ଗିବା ପାଇଁ ଆସନ୍ତା ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ସାତଦିନ ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଚ୍ୟାମ୍ବର ଅଫ କମର୍ସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଜିଲ୍ଲାର ଏହି ସଟଡାଉନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଅନୁମତି ଦିଆଯାଇନଥିବା ସତ୍ତ୍ବେ ଏଭଳି ଏକ ବନ୍ଦର ଆବଶ୍ୟକତା ଅନୁଭବ କରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସକାଳ 7ଟାରୁ 12ଟା ପର୍ଯ୍ୟନ୍ତ ଅଳ୍ପ କିଛି ଦୋକାନ ଖୋଲିବାକୁ ଅନୁମତି ଦେଇଥିବା କହିଛି ଚ୍ୟାମ୍ବର ଅଫ କମର୍ସ ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details