ଓଡିଶା

odisha

ETV Bharat / state

ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣିବାକୁ ଦାବି - ଝାରସୁଗୁଡା ସ୍ୱୟଂ ସହାୟକ ଗୋଷ୍ଠୀ

ଆଗାମୀ ଖରିଫ ଧାନ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କିଣାଯିବା ପାଇଁ ଦାବି କରିଛନ୍ତି ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଏସଏଚଜି ଗ୍ରୁପର ମହିଳା । ଗତବର୍ଷ ସମସ୍ତ ଉପକରଣ କିଣିବା ପରେ ଚଳିତ ବର୍ଷ ରବି ଫସଲକୁ ସମବାୟ ସମିତି ମାଧ୍ୟମରେ କିଣାଯାଇଥିବାରୁ ମହିଳାମାନେ କ୍ଷତି ସହିଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣିବା ପାଇଁ ଦାବି
ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣିବା ପାଇଁ ଦାବି

By

Published : Jul 7, 2022, 11:53 AM IST

ଝାରସୁଗୁଡ଼ା: ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆଗାମୀ ଖରିଫ ଧାନ କିଣିବା ପାଇଁ ବ୍ୟବସ୍ଥା କରାଯାଉ ବୋଲି ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଏସଏଚଜି ଗ୍ରୁପ ପକ୍ଷରୁ ଦାବି କରାଯାଇଛି । ଏହି ଦାବି ନେଇ ଆଜି ବିଭିନ୍ନ ଏସଏଚଜି ଗ୍ରୁପର ମହିଳାମାନେ ଜିଲ୍ଲାପାଳ ଏବଂ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣିବା ପାଇଁ ଦାବି

ମହିଳମାନେ କହିଛନ୍ତି ଯେ, ଗତବର୍ଷ ସମବାୟ ସମିତି କର୍ମଚାରୀମାନେ ଆନ୍ଦୋଳନ କରିବାରୁ ସରକାର ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକୁ ଧାନ କ୍ରୟ କରିବା ପାଇଁ କହିଥିଲେ । ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏଥିପାଇଁ ଆବଶ୍ୟକ କମ୍ପ୍ୟୁଟର, ଓଜନ ମେସିନ ପରି ସମସ୍ତ ଉପକରଣ କିଣିବା ସହ ସୁରୁଖୁରୁରେ ଧାନ କ୍ରୟ କରିଥିଲେ । ହେଲେ ରବି ଫସଲକୁ ଚଳିତ ବର୍ଷ ପୁଣି ସମବାୟ ସମିତି ମାଧ୍ୟମରେ କିଣାଯାଇଛି । ଫଳରେ ଖରିଫ ଫସଲ କିଣିବା ପାଇଁ ବିଭିନ୍ନ ଉପକରଣ କିଣିଥିବା ଏସଏଚଜି ଗୋଷ୍ଠୀର ମହିଳାମାନେ କ୍ଷତି ସହିଛନ୍ତି । ତେଣୁ ଆଗାମୀ ଖରିଫ ଫସଲକୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କିଣାଗଲେ ଉଭୟ ଚାଷୀ ଏବଂ ମହିଳାମାନେ ଉପକୃତ ହୋଇପାରିବେ ବୋଲି କୁହାଯାଇଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details