ଝାରସୁଗୁଡ଼ା:କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗ ହେଉଛି ରେଳବିଭାଗ । ଦେଶର ଅର୍ଥନୈତିକ କ୍ଷେତ୍ରରେ ରେଳ ବିଭାଗ ମେରୁଦଣ୍ଡ ଅଟେ । ସରକାରୀ ବେସରକାରୀ ସ୍ତରରୁ ବହୁଳ ଭାବରେ ରାଜସ୍ବ ଆଦାୟ କରିଥାଏ ରେଳବିଭାଗ । ରେଳର ଉନ୍ନତି ଦିଗରେ କେନ୍ଦ୍ର ସରକାର କେତେକ ସମୟରେ ରେଳ ଷ୍ଟେସନର ନବୀକରଣ କରୁଛନ୍ତି ତ ଆଉ କେତେ ବେଳେ ନୂଆ ଟ୍ରେନ ଚଳାଉଛନ୍ତି । ହେଲେ ଭୁଲି ଯାଇଛନ୍ତି, ତିନି ତିନିଟି ରେଳ ଡିଭିଜନ ଭିତରେ ଛନ୍ଦି ହୋଇ ରହିଛି ଝାରସୁଗୁଡ଼ା ।
ଏହା ବି ପଢ଼ନ୍ତୁ: ଅଟ୍ରିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ହେଲା ପୂରଣ, ରେଳ ଷ୍ଟେସନ ପ୍ରତିଷ୍ଠା ପାଇଁ ମିଳିଲା ଅନୁମତି
ଚକ୍ରଧରପୁର ରେଳ ଡିଭିଜନ, ସମ୍ବଲପୁର ରେଳ ଡିଭିଜନ ଏବଂ ବିଳାସପୁର ରେଳ ଡିଭିଜନ ମଧ୍ୟରେ ବାଣ୍ଟିହୋଇ ରହିଯାଇଛି ଝାରସୁଗୁଡ଼ା ରେଳ ଷ୍ଟେସନ । ରାଜସ୍ବ ପ୍ରଦାନ ଦୃଷ୍ଟିରୁ ଦେଖାଯାଏ ବିଗତ ୯ ବର୍ଷରେ ଓଡ଼ିଶା ୨ ଲକ୍ଷ କୋଟି ରାଜସ୍ବ ପ୍ରଦାନ କରିଛି କେନ୍ଦ୍ର ସରକାରଙ୍କ ରେଳ ବିଭାଗକୁ । ପ୍ରତିବର୍ଷ ୧୫ ରୁ ୨୦ ହଜାର କୋଟି ଟଙ୍କାର ରାଜସ୍ବ ଯାଉଛି କେନ୍ଦ୍ର ସରକାରଙ୍କୁ । ଏନେଇ ପୂର୍ବରୁ ଓଡ଼ିଶା ସରକାରଙ୍କ ମୁଖପାତ୍ର ଅନେକ ସମୟରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିବା ନଜରକୁ ଆସିଛି । ଓଡ଼ିଶା ଯେତିକି ରାଜସ୍ବ ପ୍ରଦାନ କରୁଛି ସେତିକି ବିକାଶ ହୋଇ ପାରୁନାହିଁ । ତେବେ ଝାରସୁଗୁଡ଼ା ରେଳ ବିଭାଗ ପକ୍ଷରୁ ରାଜସ୍ବ ଯାଉଥିବା ବେଳେ ବିକାଶ ହେଉନାହିଁ ।