ଓଡିଶା

odisha

By

Published : Aug 31, 2022, 10:14 PM IST

ETV Bharat / state

ଓଡିଶାର ବୃହତ୍ତମ ସହର ହେବ ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା ପୌରପରିଷଦ କାର୍ଯ୍ୟାଳୟରେ ସ୍ବାୟତ୍ତ ଶାସନ ଦିବସ ପାଳିତ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଓଡ଼ିଶା ନିର୍ମାଣରେ ଝାରସୁଗୁଡ଼ା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଅଧିକ ପଢ଼ନ୍ତୁ

ଓଡ଼ିଶାର ବୃହତ୍ତମ ସହର ହେବ ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ
ଓଡ଼ିଶାର ବୃହତ୍ତମ ସହର ହେବ ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା: ଆଜି ହେଉଛି ସର୍ବଭାରତୀୟ ସ୍ବାୟତ୍ତ ଶାସନ ଦିବସ । ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଯୋଗଦେଇ ନୂତନ ଓଡ଼ିଶା ନିର୍ମାଣରେ ଝାରସୁଗୁଡ଼ା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ଓଡ଼ିଶାର ବୃହତ୍ତମ ସହର ହେବ ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା ପୌରପରିଷଦ କାର୍ଯ୍ୟାଳୟରେ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ବିଧାୟକ ତଥା ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଯୋଗ ଦେଇ ସହରରେ ଚାଲୁ ରହିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଏବଂ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ମଧ୍ୟ ଯୋଗ ଦେଇଥିଲେ । ତେବେ ଏହି ଅବସରରେ ଚୌକିପଡ଼ା ଓଭର ବ୍ରିଜ ନିର୍ମାଣ ଯୋଗୁଁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଅନ୍ୟ ସ୍ଥାନରେ ପଟ୍ଟା ପ୍ରଦାନ କରାଯାଇଛି ।

ଏହି ଅବସରରେ ମନ୍ତ୍ରୀ ନବ କିଶୋର ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ଓଡ଼ିଶା ନିର୍ମାଣରେ ଝାରସୁଗୁଡ଼ା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ମେଡିକାଲ କଲେଜ ସହିତ ଆହୁରି ଅନେକ କାର୍ଯ୍ୟ ନିର୍ମାଣ ହେବାକୁ ଯୋଜନା ରହିଛି । ଯାହା ୨୦ ବର୍ଷ ତଳେ ସହରକୁ ନେଇ ମୋର ସ୍ବପ୍ନ ଥିଲା ତାହା ଏବା ପୂରଣ ହେବାକୁ ଯାଉଛି । ଓଭର ବ୍ରିଜ ନିର୍ମାଣ ପାଇଁ ଚୌକିପଡ଼ାରୁ ବିସ୍ଥାପିତ ହୋଇଥିବା ଲୋକଙ୍କ ସୁବିଧା ପାଇଁ ସେମାନଙ୍କୁ ଅନ୍ୟ ସ୍ଥାନରେ ରହିବାକୁ ପଟ୍ଟା ପ୍ରଦାନ କରାଯାଇଛି ।" ତେବେ ଭବିଷ୍ୟତରେ ଝାରସୁଗୁଡ଼ା ଓଡ଼ିଶାର ବୃହତ୍ତମ ସହର ଭାବେ ଉଭା ହେବ ବୋଲି କହିଛନ୍ତି ମନ୍ତ୍ରୀ ।"

କାର୍ଯ୍ୟକ୍ରମର ସମ୍ମାନୀତ ଅତିଥି ତଥା ଜିଲ୍ଲାପାଳ ସରୋଜ କୁମାର ସାମଲ ସ୍ବାୟତ ଶାସନ ଦିବସର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ । ସେ କହିଛନ୍ତି, "ସ୍ବାୟତ ଶାସନ ହେଉଛି ଲୋକ ମାନଙ୍କର ଓ ଲୋକ ମାନଙ୍କ ଦ୍ବାରା ଶାସନ । ଜିଲ୍ଲା ପ୍ରଶାସନ କାହାକୁ କିଛି ଭେଟି ଦେଉନାହିଁ । ଏହା କେବଳ ରାଜ୍ୟ ସରକାରଙ୍କର ଏକ ଅଙ୍ଗ । ତେବେ ସହରର ଉନ୍ନତି ପାଇଁ ଯାହା ବି ଖସଡ଼ା ପ୍ରସ୍ତୁତ ହିଏ ତାହା ଲୋକଙ୍କ ଦ୍ବାରା ନିର୍ବାଚିତ ପ୍ରତିନିଧିମାନେ ହିଁ ପ୍ରସ୍ତୁତ କରିଥାନ୍ତି ।" ତେବେ ଭବିଷ୍ୟତରେ ପୌରପାଳିକା ଯେକୌଣସି ଉନ୍ନତିମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରିବେ, ସେଥିରେ ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିବା ବୋଲି ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details