ଓଡିଶା

odisha

ETV Bharat / state

ଛଟେଇ ଓ ବକେୟା ଦରମା ଦାବିରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ସିକ୍ୟୁରିଟି ଗାର୍ଡଙ୍କ ଧାରଣା - security employee protest in front of collector jharsuguda demanded salary and job

ଝାରସୁଗୁଡ଼ା ଜିଲ୍ଲାର ତିନୋଟି ପ୍ରମୁଖ ପାୱାର ଗ୍ରୀଡ଼ରେ କାର୍ଯ୍ୟରତ ସିକ୍ୟୁରୀଟି ଗାର୍ଡ କର୍ମଚାରୀଙ୍କ ଗତ ୮ ମାସ ହେବ ଦରମା ଦେଇନଥିବା ବେଳେ ଛଟେଇ କରିଦିଆଯାଇଛି । ଏ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସିକ୍ୟୁରିଟି କର୍ମଚାରୀଙ୍କ ଧାରଣା । ଅଧିକ ପଢନ୍ତୁ...

ଛଟେଇ ଓ ବକେୟା ଦରମା ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିକ୍ୟୁରିଟି କର୍ମଚାରୀଙ୍କ ଧାରଣା
ଛଟେଇ ଓ ବକେୟା ଦରମା ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିକ୍ୟୁରିଟି କର୍ମଚାରୀଙ୍କ ଧାରଣା

By

Published : Sep 28, 2020, 8:51 PM IST

ଝାରସୁଗୁଡ଼ା: ଛଟେଇ ଓ ବକେୟା ଦରମା ଦାବି କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସିକ୍ୟୁରିଟି କର୍ମଚାରୀଙ୍କ ଧାରଣା । କୋରୋନା ସମୟରେ ଛଟେଇ କରିବା ସହିତ ମିଳିନାହିଁ ଦରମା । ଏଭଳି ଅଭିଯୋଗ କରିଛନ୍ତି ଝାରସୁଗୁଡ଼ା ଜିଲ୍ଲାରେ ଥିବା ଏକଜୁକ୍ୟୁଟିଭ ସୁରକ୍ଷା ସଂସ୍ଥାର ସିକୁରୀଟି କର୍ମଚାରୀ ।

ଛଟେଇ ଓ ବକେୟା ଦରମା ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିକ୍ୟୁରିଟି କର୍ମଚାରୀଙ୍କ ଧାରଣା

ସୂଚନା ଅନୁଯାୟୀ ଝାରସୁଗୁଡ଼ା ଜିଲ୍ଲାର ତିନୋଟି ପ୍ରମୁଖ ପାୱାର ଗ୍ରୀଡ଼ରେ କାର୍ଯ୍ୟରତ ସିକ୍ୟୁରୀଟି ଗାର୍ଡ କର୍ମଚାରୀଙ୍କ ଗତ ୮ ମାସ ହେବ ଦରମା ଦେଇନଥିବା ବେଳେ ଛଟେଇ କରିଦିଆଯାଇଛି । ଏଭଳି ଅଭିଯୋଗ କରିଛନ୍ତି ସିକ୍ୟୁରୀଟି ଗାର୍ଡ ଯୋଗାଣ ପାଇଁ ଟେଣ୍ଡର ନେଇଥିବା କମ୍ପାନୀ ବିରୁଦ୍ଧରେ । ତେବେ ଯଥାଶୀଘ୍ର ୮ ମାସର ବକେୟା ଦରମା ପ୍ରଦାନ ସହ ଅନ୍ୟାନ୍ୟ ବେନିଫିଟ ଦେବା ସହିତ ଛଟେଇ ନକରିବା ପାଇଁ ଚେତାବନୀ ଦେଇଛନ୍ତି କର୍ମଚାରୀ । ଶତାଧିକ ସିକ୍ୟୁରିଟି କର୍ମଚାରୀ କମ୍ପାନୀ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ରିଲେ ଅନଶନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦେଇଛନ୍ତି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details