ଝାରସୁଗୁଡା: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବ୍ରଜରାଜନଗର ଆଞ୍ଚଳିକ କମିଟି ତରଫରୁ ବନ୍ଧବାହାଲଠାରେ ଅନୁଷ୍ଠିତ ହୋଇଯାଇଛି ଧର୍ମ ନିରପେକ୍ଷ ସୁରକ୍ଷା ଦିବସ । ଯେଉଁଥିରେ ଧର୍ମ ନାମରେ ଦେଶକୁ ଭାଗ କରୁଥିବା ବିଜେପି, ବିଜେଡି ଓ ଆରଏସଏସର ହୀନ ଉଦ୍ୟମ ବିରୋଧରେ ଗର୍ଜିଥିଲେ ପାର୍ଟିର ସଭ୍ୟ । ଏଥିସହ ଧର୍ମକୁ ନେଇ ରାଜନୀତି କରୁଥିବା ସମସ୍ତ ବ୍ୟକ୍ତିଙ୍କ ଉଦ୍ୟମକୁ ପ୍ରତିହତ କରିବା ପାଇଁ ସଭାରେ ଆହ୍ୱାନ ମଧ୍ୟ ଦିଆଯାଇଥିଲା ।
କମ୍ୟୁନିଷ୍ଟ ପାର୍ଟିର ଧର୍ମ ନିରପେକ୍ଷ ସୁରକ୍ଷା ଦିବସ ପାଳନ
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବ୍ରଜରାଜନଗର ଆଞ୍ଚଳିକ କମିଟି ତରଫରୁ ବନ୍ଧବାହାଲଠାରେ ଅନୁଷ୍ଠିତ ହୋଇଯାଇଛି ଧର୍ମ ନିରପେକ୍ଷ ସୁରକ୍ଷା ଦିବସ ।
ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
ଅନ୍ୟପକ୍ଷେ ଦୀର୍ଘ ବର୍ଷ ଧରି ହୀରାକୁଦ ଜଳଭଣ୍ଡାର, ଇବ ଥର୍ମାଲ ଓ କୋଇଲା ଖଣି ଦ୍ୱାରା ବିସ୍ଥାପିତଙ୍କ ସମସ୍ୟା ଦିନକୁ ଦିନ ଗୁରୁତର ହେଉଥିବା ଦେଖାଯାଉଛି । ତେଣୁ ଜିଲ୍ଲାରେ ଥିବା ଖଣିଜ ପାଣ୍ଠିକୁ ସଠିକ୍ ଭାବେ ବ୍ୟବହାର କରାନଯାଇ ଏହା ବାଟ ମାରଣ ହେଉଥିବା ଅଭିଯୋଗ କରିଥିଲେ ଉପସ୍ଥିତ ସଭ୍ୟ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ