ଝାରସୁଗୁଡ଼ା: ମହିଳା ଓ ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ଉଦଘାଟନ ହେଲା ‘ସଖୀ’ ୱାନ ଷ୍ଟପ୍ ସେଣ୍ଟର । ରାଜ୍ୟ ସରକାରଙ୍କ ମହିଳା, ଶିଶୁ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଝାରସୁଗୁଡ଼ା ସ୍ଥିତ ମୁଖ୍ୟ ଡାକ୍ତରଖାନା ପରିସରର ଚତୁର୍ଥ ମହଲାରେ "ସଖି" ୱାନଷ୍ଟପ୍ ସେଣ୍ଟର ଉଦଘାଟନ ହୋଇଯାଇଛି।
ଫୋକସରେ ମହିଳାଙ୍କ ସୁରକ୍ଷା, ଖୋଲିଲା ‘ସଖି’ - sakhi one stop centre innagruation jharsuguda medical
ରାଜ୍ୟ ସରକାରଙ୍କ ମହିଳା, ଶିଶୁ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଝାରସୁଗୁଡ଼ା ସ୍ଥିତ ମୁଖ୍ୟ ଡାକ୍ତରଖାନା ପରିସରର "ସଖି" ୱାନଷ୍ଟପ୍ ସେଣ୍ଟର ଉଦଘାଟନ ହୋଇଯାଇଛି ।
![ଫୋକସରେ ମହିଳାଙ୍କ ସୁରକ୍ଷା, ଖୋଲିଲା ‘ସଖି’](https://etvbharatimages.akamaized.net/etvbharat/prod-images/768-512-4990125-thumbnail-3x2-collagejpeg.jpg)
ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
ଜିଲ୍ଲାରେ ମହିଳା ମାନଙ୍କ ବିରୋଧରେ ହେଉଥିବା ବିଭିନ୍ନ ହିଂସାରେ ପୀଡିତାମାନଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଗୋଟିଏ ସ୍ଥାନରେ ସମସ୍ତ ସହାୟତା ଯୋଗାଇ ଦେବାକୁ ଓଡିଶା ସରକାର ଏହି ପଦକ୍ଷେପ ନେଇଛନ୍ତି । ତେବେ "ସଖି" ୱାନଷ୍ଟପ୍ ସେଣ୍ଟରରେ ପିଡିତାମାନେ ତ୍ବରିତ ସହାୟତା, ପୋଲିସ ସହାୟତା, ଡାକ୍ତରୀ ଚିକିତ୍ସା ଓ ପରୀକ୍ଷା, ମନସ୍ତାତ୍ବିକ-ସାମାଜିକ ପରାମର୍ଶ ଆଇନ ସହାୟତା, ସ୍ବଳ୍ପକାଳୀନ ରହଣୀ ଇତ୍ୟାଦି ସୁବିଧା ପାଇପାରିବେ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ