ଓଡିଶା

odisha

ETV Bharat / state

ଦଲାଲ ମୁକ୍ତ ହେବ ପରିବହନ କାର୍ଯ୍ୟାଳୟ - ଦଲାଲ ମୁକ୍ତ ହେବ ପରିବହନ କାର୍ଯ୍ୟାଳୟ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆରଟିଓ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବାକୁ ଜିଲ୍ଲା ପ୍ରଶାସନର ପ୍ରୟାସ ଆରମ୍ଭ ହୋଇଯାଇଛି । ଏନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ବ୍ଲକ ସୁନ୍ଦରପୁରରେ ଥିବା ଯାଜପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବାସସ୍ଥଳୀକୁ ଉଚ୍ଛେଦ କରାଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

By

Published : Oct 5, 2019, 3:30 PM IST

ଯାଜପୁର: ଦଲାଲ ମୁକ୍ତ ହେବ ପରିବହନ କାର୍ଯ୍ୟାଳୟ । କୌଣସି ପରିସ୍ଥିତିରେ ପରିବହନ କାର୍ଯ୍ୟାଳୟରେ ଦଲାଲଙ୍କୁ ପ୍ରଶୟ ଦିଆଯିବ ନାହିଁ । ଗାନ୍ଧୀ ଜୟନ୍ତୀ ଠାରୁ ମୋ ସରକାର ଯୋଜନା ଲାଗୁହୋଇଥିବାବେଳେ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।


ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆରଟିଓ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବାକୁ ଜିଲ୍ଲା ପ୍ରଶାସନର ପ୍ରୟାସ ଆରମ୍ଭ ହୋଇଯାଇଛି । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ବ୍ଲକ ସୁନ୍ଦରପୁରରେ ଥିବା ଯାଜପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବାସସ୍ଥଳୀକୁ ଉଚ୍ଛେଦ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁଙ୍କ ନେତୃତ୍ବରେ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଦଲାଲମାନଙ୍କ ୧୦ଟିରୁ ଅଧିକ ବାସସ୍ଥଳୀ ଗୃହକୁ ଜେସିବି ମେସିନ ସାହାର୍ଯ୍ୟରେ ଉଚ୍ଛେଦ କରାଯାଇଛି ।

ଗତ ଶୁକ୍ରବାର ଯାଜପୁର ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଦଲାଲଙ୍କ ବାସସ୍ଥଳୀକୁ ଉଚ୍ଛେଦ କରାଯାଇଥିଲା ବୋଲି ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details