ଝାରସୁଗୁଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଲାଲରାଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦଲାଲ ମୁକ୍ତ ହେଉଛି ରାଜ୍ୟର ବିଭିନ୍ନ ଆରଟିଓ କାର୍ଯ୍ୟାଳୟ । ଝାରସୁଗୁଡା ଆରଟିଓ ପରିସରରୁ ଜବରଦଖଲ ଉଚ୍ଛେଦ କରାଯାଇଛି।
ଯେଉଁମାନେ ବର୍ଷ ବର୍ଷ ଧରି ଆରଟିଓ କାର୍ଯ୍ୟାଳୟ ପରିସରରେ ଦଲାଲି କରି ସାଧାରଣ ଲୋକଙ୍କ ପାଖରୁ ଆରଟିଓ କାର୍ଯ୍ୟାଳୟର ବିଭିନ୍ନ କାମ କରାଇଦେବା ନାଁରେ ଦଲାଲି କରି ମୋଟା ଅଙ୍କର ଟଙ୍କା ନେଉଥିଲେ ସେମାନଙ୍କ ଦୋକାନ ଓ ଅଫିସ ଘର ମାଟିରେ ମିଶିଛି। ରାଜ୍ୟର ସବୁ ଆରଟିଓ କାର୍ଯ୍ୟାଳୟରେ କେମିତି ଦଲାଲଙ୍କ କବଜାରେ ରହିଛି ଏନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି ।