ଝାରସୁଗୁଡ଼ା:ଜିଲ୍ଲାର ବିଭିନ୍ନ ବେଆଇନ କାର୍ଯ୍ୟର ପର୍ଦ୍ଦାଫାସ କରି ଚର୍ଚ୍ଚାରେ ଥିବା ସୂଚନା ଅଧିକାର କର୍ମୀ ସତ୍ୟନାରାୟଣ ରାଓଙ୍କୁ ଗିରଫ କରାଯାଇଛି । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗୁରୁବାର ଏକ ଆରଟିଆଇକୁ ନେଇ ସତ୍ୟନାରାୟଣ ଏବଂ ଝାରସୁଗୁଡ଼ା ପୌର ନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ମାଝିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ଏନେଇ ନିର୍ବାହୀ ଅଧିକାରୀ ଥାନାରେ ଏତଲା ଦେବା ପରେ ପୁଲିସ ରାତାରାତି ରାଓଙ୍କୁ ଗିରଫ କରି ନେଇଥିଲା । ସତ୍ୟନାରାୟଣଙ୍କ ଓକିଲ ଦିନେଶ ଜୈନ କହିଛନ୍ତି ,ଯେହେତୁ ରାଓ ବିଭିନ୍ନ ସୂଚନା ଅଧିକାର ଓ କ୍ରିୟାଶୀଳତା ହେତୁ ବଡ଼ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ କରୁଥିଲେ । ତାଙ୍କ ମୁହଁ ବନ୍ଦ କରିବା ପାଇଁ ପ୍ରଶାସନ ଏଭଳି ଚକ୍ରାନ୍ତ କରି ତାଙ୍କୁ ଗିରଫ କରିଛି ।