ଝାରସୁଗୁଡା:ଗତକାଲି ଝାରସୁଗୁଡ଼ା DRDA ସମ୍ମିଳନୀ କକ୍ଷରେ RPDAC ବୈଠକ ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡା ହିର୍ମାଠାରେ ନିର୍ମାଣ ହେଉଥିବା NLC କମ୍ପାନୀକୁ ନେଇ ପ୍ରଭାବିତ ହୋଇଥିବା ଲୋକଙ୍କ କ୍ଷତିପୂରଣ ଓ ସ୍ଥାନୀୟ ନିଯୁକ୍ତି ଉପରେ ଏହି ବୈଠକରେ ଆଲୋଚନା ହୋଇଯାଇଛି । ଏଥିସହ କମ୍ପାନୀ ପାଇଁ ଯେଉଁମାନଙ୍କ ଘର ଓ ଜମି ଯିବ ସେମାନଙ୍କୁ ୬୬ଲକ୍ଷ ଓ ଯେଉଁ ଚାଷୀମାନଙ୍କ ଚାଷ ଜମି ଏହି ପ୍ରକଳ୍ପରେ ଯିବ ସେମାନଙ୍କୁ ୬୦ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଏହି ବୈଠକରେ ସାଂସଦ କହିଥିଲେ ।
ତେବେ ଝାରସୁଗୁଡା ଡିଆରଡିଏ କକ୍ଷରେ ଗତକାଲି NLC ତଲାବିରା ଥର୍ମାଲ ପାୱାର ପ୍ଲାଣ୍ଟ ପ୍ରକଳ୍ପର ତୃତୀୟ ଥଇଥାନ ଏବଂ ପରସ୍ପାରିକ ବିକାଶ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । NLC ତଲାବିରା ପ୍ରକଳ୍ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ଏହି ବୈଠକରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଝାରସୁଗୁଡା ବିଧାୟିକା ଦୀପାଳୀ ଦାସ, ସମ୍ବଲପୁର RDC ସୁରେଶ ଚନ୍ଦ୍ର ଦଳାଇ ଏନଏଲସି ଦ୍ୱାରା ପ୍ରଭାବିତ ତଲାବିରା ଓ ତରେଇକେଲାର ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । NLC ଦ୍ୱାର ବିସ୍ଥାପିତଙ୍କୁ କ୍ଷତିପୂରଣ, ଥଇଥାନ ଏବଂ ନିଯୁକ୍ତି ପାଇଁ ଏହି ବୈଠକରେ ଆଲୋଚନା କରାଯିବା ସହ ନୂତନ ବନିକରଣ ଏବଂ ମାନେଜମେଣ୍ଟ ପାଇଁ ଆଲୋଚନା କରାଯାଇଛି l NLC ପ୍ରକଳ୍ପରେ ଘରବାଡ଼ି ଜମି ଯାଉଥିବା କ୍ଷତି ଗ୍ରସ୍ତଙ୍କୁ ଏକର ପ୍ରତି 66 ଲକ୍ଷ ଟଙ୍କା ଏବଂ ଜମି କିସମକୁ ଏକର ପ୍ରତି 60 ଲକ୍ଷ ଟଙ୍କା ପ୍ରଦାନ କରାଯିବା ନେଇ ବୈଠକରେ ନିଷ୍ପତି ହୋଇଛି ।