ଓଡିଶା

odisha

ETV Bharat / state

ମରଣଯନ୍ତା ପାଲଟିଛି ରାସ୍ତା, ପ୍ରଶାସନର ପଡୁନି ନଜର - ବଞ୍ଜାରୀ ଗ୍ରାମ ପଞ୍ଚାୟତ

33 ଗ୍ରାମ ପଞ୍ଚାୟତ ବିଶିଷ୍ଟ ଲଖନପୁର ବ୍ଲକର ଗ୍ରାମ ପଞ୍ଚାୟତର ରାସ୍ତାର ଶୋଚନୀୟ ଅବସ୍ତା ପଞ୍ଚାୟତବାସୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ଆଖପାଖ 5ଟି ଗାଁକୁ ସଂଯୋଗ କରୁଥିବା ଏହି ରାସ୍ତା ଉପରୁ ପିଚୁ ଉଠିଯାଇଥିବା ବେଳେ ପ୍ରଶାସନର ନଜର ଏଯାଏଁ ରାସ୍ତା ଉପରେ ପଡିନାହିଁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

By

Published : Aug 19, 2019, 10:10 PM IST

ଝାରସୁଗୁଡା: ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ବଞ୍ଜାରୀ ଗ୍ରାମ ପଞ୍ଚାୟତର ରାସ୍ତା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ପାଲଟିଛି ମରଣଯନ୍ତା । ଗ୍ରାମ୍ୟ ରାସ୍ତା ଉପରୁ ପିଚୁ ଉପୁଡି ଯାଇ ବର୍ତ୍ତମାନ ଶୋଚନୀୟ ହେବା ସହ ବିପଦ ଶଙ୍କୁଳ ହୋଇ ପଡିଥିବା ଯୋଗୁଁ ବଞ୍ଜାରୀ ଗ୍ରାମବାସୀ ସମେତ ଏହାର ଆଖପାଖ ଅନ୍ୟ ଗ୍ରାମବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ରାଜ୍ୟର ଅନ୍ୟତମ 33 ଗ୍ରାମ ପଞ୍ଚାୟତ ବିଶିଷ୍ଟ ବୃହତ ବ୍ଲକ ହେଉଛି ଲଖନପୁର ବ୍ଲକ । ଶିଳ୍ପ ସମୃଦ୍ଧ ଝାରସୁଗୁଡା ଜିଲ୍ଲାର ଏହି ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଅକଥନୀୟ ହୋଇପଡିଛି । ଜାତୀୟ ରାଜପଥ 49ରୁ ଵଞ୍ଜାରୀ ଗ୍ରାମପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ଉପରେ 5ଟି ଗାଁ ଲୋକେ ନିର୍ଭର କରୁଥିବା ବେଳେ ମରାମତି ନହୋଇ ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି ।

ଅନ୍ୟପଟେ ବଞ୍ଜାରୀ ଆଶ୍ରମ ଉଚ୍ଚ ବିଦ୍ୟାଳୟ ଯିବାକୁ ଏହା ଏକମାତ୍ର ରାସ୍ତା ହୋଇଥିବା ବେଳେ ପିଲା ମାନଙ୍କୁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ରାସ୍ତା ଉପରେ ପ୍ରଶାସନିକ ଅଧିକାରୀ ମାନେ ଯିବା ଆସିବା କରୁଥିଲେ ମଧ୍ୟ ମରାମତି ନେଇ କାହାରି ଦୃଷ୍ଟି ପଡୁନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details