ଓଡିଶା

odisha

By

Published : Nov 11, 2019, 10:06 PM IST

ETV Bharat / state

ଟ୍ରାକ୍ଟର ଓଲଟି ଜଣେ ମୃତ, 20ରୁ ଊର୍ଦ୍ଧ୍ବ ଆହତ

ଝାରସୁଗୁଡ଼ା ଜିଲ୍ଲାର ପଣ୍ଡରିପଥର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର। ଦୁ୍ର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 20ରୁ ଊର୍ଦ୍ଧ୍ବ ଶ୍ରମିକ ଆହତ ହୋଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଝାରସୁଗୁଡା

ଝାରସୁଗୁଡ଼ା: ଜିଲ୍ଲାର ପଣ୍ଡରିପଥର ନିକଟରେ ସଡକ ଦୁର୍ଘଟଣା। ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 20ରୁ ଊର୍ଦ୍ଧ୍ବ ଶ୍ରମିକ ଆହତ ହୋଇଛନ୍ତି। ମୃତ ଶ୍ରମିକ ହେଉଛନ୍ତି ସାଲୋଟିକ୍ରା ଗାଁ ଈଶ୍ବର କଣ୍ଟା। ଗୁରୁତରଙ୍କୁ ଚିକିତ୍ସା ପାଇଁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଝାରସୁଗୁଡା

ସୋମବାର ସନ୍ଧ୍ୟାରେ ଝାରସୁଗୁଡା ପଣ୍ଡରିପଥର ନିକଟରେ ଦିନ ମଜୁରିଆ ଭାବେ କାମ କରୁଥିବା ଶ୍ରମିକ କାମ ସାରି ଟ୍ରାକ୍ଟର ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ସେମାନଙ୍କ ଟ୍ରାକ୍ଟର ଖରାପ ହୋଇଯାଇଥିଲା । ପରେ ସେହି ବାଟ ଦେଇ ଯାଉଥିବା ଟ୍ରାକ୍ଟରକୁ ଶ୍ରମିକ ଲିପ୍ଟ ମାଗି ବସିଥିଲେ। ହେଲେ ଟ୍ରାକ୍ଟର ଡ୍ରାଇଭର ମଦ ପିଇ ଗାଡି ଚଳାଉଥିବାରୁ ଏକ ବୁଲାଣି ରାସ୍ତାରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟିଯାଇଥିଲା । ଟ୍ରାକ୍ଟରରେ 30ରୁ ଊର୍ଦ୍ଧ୍ବ ଶ୍ରମିକ ବସିଥିଲେ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details