ଝାରସୁଗୁଡ଼ା :ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟର ଜିଲ୍ଲା ଅଳ୍ପ ସଂଖ୍ୟାଲଘୁ ସେଲ୍ର ଅଧ୍ୟକ୍ଷ ହେଲେ ରିଆଜ ହୁସେନ । ଏନେଇ ରିଆଜଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପରେ କଂଗ୍ରେସ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗତକାଲି(ଶନିବାର) ରିଆଜ ଜିଲ୍ଲା ଅସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ହେବା ପରେ ଆଜି ତାଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି ।
ଏହି ଅବସରରେ ଜିଲ୍ଲା ସଭାପତି, ପୂର୍ବତନ ଜିଲ୍ଲା ସଭାପତି, ମହିଳା ସଭାନେତ୍ରୀଙ୍କ ସମେତ ଜିଲ୍ଲା ଓ ଝାରସୁଗୁଡ଼ା ଟାଉନ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହାକୁ ନେଇ ରିଆଜ ହୁସେନ କହିଛନ୍ତି, ''ଯେଉଁ ଦାୟିତ୍ୱ ମୋତେ ମିଳିଛି ଏବଂ ଦଳ ଯେଉଁ ଭଳି ଭାବେ ବିଶ୍ୱାସ କରିଛି ସେହିଭଳି ଝାରସୁଗୁଡ଼ା ଜିଲ୍ଲାରେ କାମ କରିବି।''