ଝାରସୁଗୁଡ଼ା:ସୋମବାର ଝାରସୁଗୁଡ଼ା ବ୍ଲକ କାର୍ଯ୍ୟାଳୟରେ ଓମିକ୍ରନ ସମୀକ୍ଷା ବୈଠକ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ ଭିସି ଯୋଗେ ଏହି ବୈଠକରେ ଯୋଗ ଦେଇଥିଲେ । ଓମିକ୍ରନ ଚିକିତ୍ସା ପାଇଁ କେନ୍ଦ୍ରର ମାର୍ଗଦର୍ଶିକା ଆସିନଥିବାରୁ ଏହି ଦିଗରେ ବିଶେଷଜ୍ଞ ଦଳଙ୍କୁ ଦୃଷ୍ଟି ଦେବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ କହିଥିବା କହିଛନ୍ତି ।
ରାଜ୍ୟରେ ଏପର୍ଯ୍ୟନ୍ତ ୩୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୭୦ଟି ନମୁନା ଜିନୋମ୍ ସିକ୍ୱେନ୍ସିଂରୁ ୩୭ ଓମିକ୍ରନ ଚିହ୍ନଟ ହୋଇଛି । ଏପଟେ ଆରଟିପିସିଆର ପଜିଟିଭ ଥିବା ନୂଆ ୩୭୦ ଜଣଙ୍କ ନମୁନା ସଂଗ୍ରହ କରାଯାଇ ଆଇଏଲଏସକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି ।