ଓଡିଶା

odisha

ETV Bharat / state

ଉପନିର୍ବାଚନ ହାୱା, ଝାରସୁଗୁଡ଼ାରେ ଆରମ୍ଭ ହେଲାଣି ମିଶ୍ରଣ ପର୍ବ - ପ୍ରମୁଖ ରାଜନୈତିକ ଦଳ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କମ୍ପିଲାଣି ମୈଦାନ । ଖାଲି ପଡିଥିବା ଆସନକୁ ହାତେଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଅଧିକ ପଢ଼ନ୍ତୁ

ଆରମ୍ଭ ହେଲାଣି ମିଶ୍ରଣ ପର୍ବ
ଆରମ୍ଭ ହେଲାଣି ମିଶ୍ରଣ ପର୍ବ

By

Published : Apr 16, 2023, 5:45 PM IST

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କମ୍ପିଲାଣି ମୈଦାନ, ଆରମ୍ଭ ହେଲାଣି ମିଶ୍ରଣ ପର୍ବ

ଝାରସୁଗୁଡ଼ା:ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କମ୍ପିଲାଣି ମୈଦାନ । ଗଡ଼ ହାତେଇବାକୁ କସରତ ଆରମ୍ଭ କରିଛନ୍ତି ଦଳ । ବିଜେଡିଠାରୁ ଆରମ୍ଭ କରି ବିଜେପି ଓ କଂଗ୍ରେସ ନିଜନିଜ ପତିଆରା ସାବ୍ୟସ୍ତ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଆରମ୍ଭ ହୋଇଯାଇଛି ମିଶ୍ରଣ ପର୍ବ । ଆଜି ଝାରସୁଗୁଡ଼ା ସରବାହାଲ ଠାରେ ଥିବା ସ୍ଵର୍ଗତ ନବ ଦାସଙ୍କ ବାସଭବନରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ଝାରସୁଗୁଡ଼ା ପୌରାଞ୍ଚଳର ୱର୍ଡ ନଂ-୯, ହର୍ମା ଓ ପତ୍ରାପାଲି ପଞ୍ଚାୟତର କିଛି ପୁରୁଷ ଓ ମହିଳା ବିଜେଡ଼ିରେ ଯୋଗ ଦେଇଥିଲେ । ଉପନିର୍ବାଚନ ପୂର୍ବରୁ ଏଭଳି ବିଭିନ୍ନ ପଞ୍ଚାୟତର ପୁରୁଷ ଓ ମହିଳା ଯୋଗ ଦେଇଛନ୍ତି ।

ମେ ୧୦ରେ ନିର୍ବାଚନ ଥିବା ବେଳେ ବିଜେଡି ପ୍ରର୍ଥିନୀ ଦିପାଳୀ ୧୮ରେ ନିଜ ନାମଙ୍କନ ଭରିବେ । ଏହି ମିଶ୍ରଣ ପର୍ବରେ ସେ ସମସ୍ତ ଯୁବପିଢିଙ୍କୁ ଦଳକୁ ସ୍ବାଗତ କରିଛନ୍ତି । ଏହି ଉପନିର୍ବାଚନରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ବିଜେଡ଼ି ପ୍ରାର୍ଥୀନୀ ଦିପାଳୀ ଦାସ । ସେ କହିଛନ୍ତି,‘‘ଯେଉଁମାନେ କହୁଛନ୍ତି ଯେ ଝାରସୁଗୁଡାରେ ବିକାଶ ହୋଇନାହିଁ, ସେମାନେ ବୋଧ ହୁଏ ଝାରସୁଗୁଡ଼ା ବୁଲି ଦେଖିନାହାନ୍ତି । ଘର କଣରେ ପଶି ରହିଲେ ଝାରସୁଗୁଡ଼ା ବିକାଶ ତାଙ୍କୁ ଦେଖାଯିବ ନାହିଁ । ସେମାନେ ଘରୁ ବହାରନ୍ତୁ ଓ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ବୁଲି ଦେଖନ୍ତୁ । ଏହାସହ ଦଳ ସର୍ବଦା ଯୁବପିଢିଙ୍କୁ ସ୍ବାଗତ କରିଛି । ଆଜି ଏହି ମିଶ୍ରଣ ପର୍ବରେ ମୁଁ ସବୁ ଯୁବପିଢିଙ୍କୁ ଆନ୍ତରରୁ ସ୍ବାଗତ କରୁଛି ।‘‘

ସୂଚନାନୁଯାୟୀ, ଏହି ମିଶ୍ରଣ ପର୍ବରେ ଝାରସୁଗୁଡ଼ା ପୌରାଞ୍ଚଳର ୱର୍ଡ ନଂ-୯ରୁ ୫୪ ଜଣ, ହର୍ମା ପଞ୍ଚାୟତରୁ ୬୦ ଜଣ ଓ ପତ୍ରାପାଲି ପଞ୍ଚାୟତରୁ ୬୦ ଜଣ ପୁରୁଷ ଓ ମହିଳା ବିଜେଡ଼ିରେ ଯୋଗ ଦେଇଥିଲେ । ଏହା ସହିତ ଅନ୍ୟାନ୍ୟ ଭାବେ ମଧ୍ୟ ଅନେକ ଯୁବକ ଯୁବତୀ ମାନେ ବିଜେଡିରେ ଯୋଗଦାନ କରିଥିଲେ । ୨ ଶହରୁ ଊର୍ଦ୍ଧ୍ବ ଯୁବକଯୁବତୀ କଂଗ୍ରେସ ଓ ବିଜେପି ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ପ୍ରତି ଯୁବଶକ୍ତି ବେଶ ଆକର୍ଷିତ ହେଉଛନ୍ତି ବୋଲି ଦିପାଳୀ ଦାସ କହିଛନ୍ତି । ସ୍ବର୍ଗରୁ ପିତା ନବ ଦାସଙ୍କ ଆଶୀର୍ବାଦ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଭଲପାଇବା ଏହି ଉପନିର୍ବାଚନରେ ବିଜୟୀ କରାଇବ ବୋଲି କହିଛନ୍ତି ଦିପାଳୀ । ବିରୋଧୀ ଦଳ କେବଳ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଯାହାର କୌଣସି ପ୍ରକାର ଫରକ ପଡ଼ିବ ନାହିଁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details