ଓଡିଶା

odisha

ETV Bharat / state

କାଳିଆର ରଥରେ କେଉଁଠି ଲାଗୁଛି ବ୍ରେକ୍, ପଢନ୍ତୁ... - without money

ରଥ ଟଣାବେଳେ ବ୍ରେକ ଦେବା ସତ୍ତ୍ବେ ରଥ ନିୟନ୍ତ୍ରଣ ହରାଇ କିଛି ଦୂର ଆଗକୁ ବଢ଼ି ଯାଉଥିବା ସହ ଦୁର୍ଘଟଣା ହୋଇଥାଏ । ତେଣୁ ଏହାକୁ ଦେଖି ଅଶ୍ବିନୀ ପୁରୀ ଶ୍ରୀମନ୍ଦିର ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ । ତେଣୁ ଅନୁମତି ପାଇବା ପରେ ୨୦୦୮ରୁ ସେ ଏବଂ ତାଙ୍କର କିଛି ସହଯୋଗୀ ମିଶି ପୁରୀ ରଥ ପାଇଁ ବ୍ରେକ ତିଆରି କରିଆସୁଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

By

Published : Jun 26, 2019, 3:21 PM IST

ଝାରସୁଗୁଡା: ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା । ରଥଯାତ୍ରା ପାଇଁ ବଡଦାଣ୍ଡର ରଥଖଳାରେ ରଥ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି । ହେଲେ ରଥଯାତ୍ରା ସମୟରେ ରଥକୁ ଦୁର୍ଘଟଣାରୁ ରୋକିବା ପାଇଁ ବ୍ୟବହାର ହେଉଥିବା ବ୍ରେକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଯୋବ୍ ଗ୍ରାମଠାରେ ।

ପୁରୀ ରଥଯାତ୍ରା ସମୟରେ ରଥ ଟାଣିବା ସହ ତିନି ଠାକୁରଙ୍କୁ ଦେଖିବା ପାଇଁ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ । ହେଲେ ରଥ ଗଡ଼ିବା ସମୟରେ ମନ୍ଦିର ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଥାଏ । ରଥ ଗଡ଼ିଲା ସମୟରେ ଭିଡ଼ ମଧ୍ୟରେ ରଥକୁ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାକୁ ରୋକିବା ସବୁଠାରୁ ଅଧିକ ଗରୁତ୍ବପୂର୍ଣ୍ଣ ହୋଇଥାଏ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ତେବେ ଗତ ୧୧ ବର୍ଷ ହେବ ଝାରସୁଗୁଡ଼ା ବ୍ରଜରାଜନଗର ଅଞ୍ଚଳର ମହାନଦୀ କୋଇଲା ଖଣିର ପୂର୍ବତନ କର୍ମଚାରୀ ଜଗୁ ଲୁହାର ଓ ଇଂଜିନିୟର ଅଶ୍ବିନୀ ମିଶ୍ର ମିଶି ପୁରୀ ରଥ ପାଇଁ ବ୍ରେକ ତିଆରି କରି ଆସୁଛନ୍ତି ।

ରଥ ଟଣାବେଳେ ବ୍ରେକ ଦେବା ସତ୍ତ୍ବେ ରଥ ନିୟନ୍ତ୍ରଣ ହରାଇ କିଛି ଦୂର ଆଗକୁ ବଢ଼ି ଯାଉଥିବା ସହ ଦୁର୍ଘଟଣା ହୋଇଥାଏ । ତେଣୁ ଏହାକୁ ଦେଖି ଅଶ୍ବିନୀ ପୁରୀ ଶ୍ରୀମନ୍ଦିର ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ । ତେଣୁ ସେ ରଥ ଉପରେ ନୂତନ ଜ୍ଞାନକୌଶଳରେ ତିଆରି ବ୍ରେକ ବ୍ୟବହାର କରିବାକୁ ସେ ପ୍ରସ୍ତାବ ଦେଇଥିଲେ ।

ଅନୁମତି ମିଳିବା ପରେ ବ୍ରଜରାଜନଗରସ୍ଥିତ କୋଇଲା ଖଣିର ସହକର୍ମଚାରୀ ଥିବା ଜଗୁ ଲୁହାର ଓ ଅନ୍ୟ ସାଥିମାନେ ମିଶି ୨୦୦୮ରୁ ତିଆରି କରିଚାଲିଛନ୍ତି ପୁରୀ ରଥ ପାଇଁ ବ୍ରେକ ।

ତେବେ ରଥ ବ୍ରେକରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କଣ୍ଟା, କନଭେୟର ବେଲ୍ଟ , ୱାସର ଆଦି ବ୍ରଜରାଜନଗର ଯୋବ ଗାଁର ଜଗୁ ଲୁହାର ଓ ସାଥି ନିଜ ଶାଳରେ ପ୍ରସ୍ତୁତ କରିଥାନ୍ତି । ଏହାପରେ ରଥଯାତ୍ରାର କିଛିଦିନ ପୂର୍ବରୁ ସମସ୍ତେ ମିଶି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥାନ୍ତି ।

ସବୁଠାରୁ ବଡ଼କଥା ହେଲେ ବ୍ରେକ ତିଆରି ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ସମସ୍ତେ ନିଜେ ବହନ କରିଥାନ୍ତି । ଏଥିପାଇଁ ମନ୍ଦିର ପ୍ରଶାସନକୁ କିଛି ଖର୍ଚ୍ଚ ମାଗନ୍ତି ନାହିଁ ।

ଏହି ଜ୍ଞାନକୌଶଳ ବ୍ୟବହାର କରିବା ଦ୍ବାରା ବଡ଼ଦାଣ୍ଡରେ ରଥ ଗଡ଼ିବାବେଳେ ବ୍ରେକ ଲାଗିଲେ ରାସ୍ତାରେ ପିଚୁ ସହ ବ୍ରେକରେ ବ୍ୟବହାର ହେଉଥିବା ରବର କନଭେୟର ବେଲ୍ଟ ମଧ୍ୟରେ ଘର୍ଷଣ ହେବାରୁ ରଥ ଠିକ ଭାବରେ ନିୟନ୍ତ୍ରଣ କରାଯାଇଥାଏ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details