ଓଡିଶା

odisha

By

Published : Jul 1, 2020, 3:04 PM IST

ETV Bharat / state

ଝାରସୁଗୁଡାରୁ ବିରଳ ପ୍ରଜାତିର ନାଗ ସାପ ଉଦ୍ଧାର

ଝାରସୁଗୁଡା ସରବାହଲ ନିକଟରେ ପ୍ରାୟ 4 ଫୁଟ ଲମ୍ବର ଏକ ଧଳା ନାଗ ସାପ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ । ଅଧିକ ପଢନ୍ତୁ...

ଝାରସୁଗୁଡାରୁ ବିରଳ ପ୍ରଜାତିର ନାଗ ସାପ ଉଦ୍ଧାର
ଝାରସୁଗୁଡାରୁ ବିରଳ ପ୍ରଜାତିର ନାଗ ସାପ ଉଦ୍ଧାର

ଝାରସୁଗୁଡା: ସହରରେ ବିରଳ ପ୍ରଜାତିର ନାଗ ସାପ ଉଦ୍ଧାର କଲା ସ୍ନେକ ହେଲ୍ପଳାଇନର ସଦସ୍ୟ । ସରବାହଲ ନିକଟରେ ପ୍ରାୟ 4 ଫୁଟ ଲମ୍ବର ଏକ ଧଳା ସାପକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ ଏନେଇ ସ୍ନେକ ହେଲ୍ପଲାଇନକୁ ଖବର ଦିଆଯାଇଥିଲା । ଖବରପାଇ ହେଲ୍ପଲାଇନ ପ୍ରତିନିଧି ଆସି ସାପ ଉଦ୍ଧାର କରିଥିଲେ।

ଝାରସୁଗୁଡାରୁ ବିରଳ ପ୍ରଜାତିର ନାଗ ସାପ ଉଦ୍ଧାର

ଏହି ସାପକୁ ଉଦ୍ଧାର କରିବା ପରେ ଏହା ବିରଳ ପ୍ରଜାତିର ଓ ସମଗ୍ର ଭାରତରେ ଖୁବ କମ ସଂଖ୍ୟକ ସାପ ଦେଖାଯାଏ ବୋଲି କହିଛନ୍ତି । ସେ ପ୍ରଥମ ଥର ପାଇଁ ଏଭଳି ଏକ ନାଗ ସାପ ଉଦ୍ଧାର କରିଥିବାରୁ ଜଙ୍ଗଲରେ ନ ଛାଡି ବନ ବିଭାଗକୁ ହସ୍ତାନ୍ତର କରିବେ ବୋଲି କହିଛନ୍ତି। ଉଦ୍ଧାର ପରେ ଏହି ବିରଳ ପ୍ରଜାତିର ନାଗ ସାପକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା।

ଝାରସୁଗୁଡାରୁ ବିରଳ ପ୍ରଜାତିର ନାଗ ସାପ ଉଦ୍ଧାର

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details