ଝାରସୁଗୁଡା: ଜିଲ୍ଲାର ବ୍ରଜରାଜନଗର-ବେଲପାହାଡ଼ ରେଳ ଲାଇନ ଲଜକୁରା ନିକଟରେ ଅଘଟଣ । ମଙ୍ଗଳବାର ରେଲୱେ ବିଭାଗର ବିଦ୍ୟୁତ ବିଭାଗର ମରାମତି କାମ ଚାଲିଥିବା ବେଳେ ବିଦ୍ୟୁତ ସରବରାହ ବନ୍ଦ ଥିଲା । ମାତ୍ର ବିଦ୍ୟୁତ ଖୁଣ୍ଟକୁ ଚଢି ବିଦ୍ୟୁତ ଯନ୍ତ୍ରପାତି ମରାମତି ସମୟରେ କୌଣସି କାରଣରୁ ବିଦ୍ୟୁତ ସଂଯୋଗ ହେବାରୁ ବିଦ୍ୟୁତ ଆଘାତରେ ଆହତ ହୋଇଛନ୍ତି ରେଳ ଠିକା ସଂସ୍ଥାର କାମ କରୁଥିବା 4 କର୍ମଚାରୀ ।
ସେମାନେ ହେଲେ ସୋମ ଚତୁମ୍ବା , ସୋନା ରାମ, ଖାଦାୟତ ପ୍ରଧାନ ଓ ସରଦାର । ତେବେ ଏହି ଅଘଟଣରେ ଆହତ ହୋଇଛନ୍ତି ହୋଇଛନ୍ତି ସୋମା ଚତୁମ୍ବା । ଆହତ ଅବସ୍ଥାରେ ସମସ୍ତଙ୍କୁ ବ୍ରଜରାଜନଗର କେନ୍ଦ୍ରୀୟ ହସ୍ପିଟାଲକୁ ଅଣାଯାଇଥିଲା ।