ଝାରସୁଗୁଡ଼ା:ନିର୍ମାଣଧିନ ନୂତନ କମ୍ପାନୀରେ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି ନେଇ ଜନସାଧାରଣଙ୍କ ବିକ୍ଷୋଭ ପ୍ରଦର୍ଶନ । ଘଟଣାସ୍ଥଳରେ ଆନ୍ଦୋଳନକାରୀଙ୍କ ଉଗ୍ରରୂପ ଦେଖିବାକୁ ମିଳିଥିଲା । ବିକ୍ଷୋଭ ବେଳେ ପୋଲିସ ଗାଡିକୁ ପଥର ମାରିବା ସହ କିଛି ପୋଲିସ କର୍ମୀଙ୍କୁ ଆହତ କରାଇଥିବା ଅଭିଯୋଗ ହୋଇଛି । ଯାହାକୁ ତୀବ୍ର ବିରୋଧ କରି ସ୍ଥାନୀୟ ଲୋକେ ଥାନା ଘେରାଉ କରିଥିଲେ।
ଖବର ମୁତାବକ, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁର ଫାଣ୍ଡି ଅଞ୍ଚଳ ଲଜକୁରା ଖୋଲା ମୁହଁ କୋଇଲା ଖଣିରେ ଏକ ନୂତନ ଠିକା କମ୍ପାନୀ ଟେଣ୍ଡର ପାଇ କାର୍ଯ୍ୟ ଆରମ୍ଭ କରିଛି । କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ବିକ୍ଷୋଭ ସମୟରେ ଆନ୍ଦୋଳନକାରୀ ପୋଲିସଙ୍କ ଗାଡ଼ିକୁ ପଥର ଫିଙ୍ଗିବା ସହ ସେମାନଙ୍କ ଆକ୍ରମଣରେ କିଛି ପୋଲିସ କର୍ମୀଙ୍କୁ ଆହତ ହୋଇଥିଲେ । ତେବେ ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିବା ବେଳେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।