ଓଡିଶା

odisha

ETV Bharat / state

ଛଟ୍ ପୂଜା କଟକଣାକୁ ବିରୋଧ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛଟ ପୂଜା ଉପରେ କଟକଣା ଲଗାଇଛନ୍ତି । ଏହାକୁ ବିରୋଧ କରି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରର ରବି କୁମାର ସୋନି ଓଡିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ଅଧିକ ପଢନ୍ତୁ...

ଛଟ୍ ପୂଜା ଉପରେ କଟକଣାକୁ ବିରୋଧ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
ଛଟ୍ ପୂଜା ଉପରେ କଟକଣାକୁ ବିରୋଧ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

By

Published : Nov 18, 2020, 7:35 PM IST

ଝାରସୁଗୁଡା:କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛଟ ପୂଜା ଉପରେ କଟକଣା ଲଗାଇଛନ୍ତି । ଏହି କଟକଣା ଅନୁଯାୟୀ ଆସନ୍ତା ୨୦ ଓ ୨୧ ତାରିଖରେ ନଦୀ ଘାଟରେ ଛଟପୂଜା ଓ ସାମୁହିକ ସ୍ନାନ ଉପରେ କଟକଣା ଲଗାଯାଇଛି । ଏହାକୁ ବିରୋଧ କରି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରର ରବି କୁମାର ସୋନି ଓଡିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ।

ଛଟ୍ ପୂଜା ଉପରେ କଟକଣାକୁ ବିରୋଧ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
ସୂଚନାଯୋଗ୍ୟ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଆଦେଶ ଜାରି ପରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ମଧ୍ୟ ଏନେଇ କଟକଣା ଜାରି କରିଛି । ଛଟ ପୂଜା ବେଳେ ବହୁସଂଖ୍ୟାରେ ଲୋକେ ନଦୀ କୂଳ ଓ ଘାଟଗୁଡ଼ିକରେ ଏକତ୍ରିତ ହୋଇ ପୂଜା କରୁଥିବାରୁ କୋରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ଓ ୨୧ ତାରିଖରେ ନଦୀ ଘାଟରେ ଛଟପୂଜା ଓ ସାମୁହିକ ସ୍ନାନ ଉପରେ କଟକଣା ଲଗାଯାଇଛି ।
ଛଟ୍ ପୂଜା ଉପରେ କଟକଣାକୁ ବିରୋଧ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଲୋକେ ନଦୀକୁ ଆସିବା ବଦଳରେ ଘରେ ରହି ଉପଯୁକ୍ତ କୋରୋନା ସତର୍କତା ସହ ଛଟ ପୂଜା ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଏହି ନିର୍ଦ୍ଦେଶର ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି । କିନ୍ତୁ ପ୍ରଶାସନର କଟକଣାକୁ ଝାରସୁଗୁଡାରେ ବିରୋଧ କରାଯାଇଛି ।

ଆଜି ଝାରସୁଗୁଡା ଜିଲାପାଳଙ୍କୁ ଭେଟି ଏହାର ପୁନଃ ବିଚାର କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ଲୋକଙ୍କ ଆସ୍ଥା ଦୃଷ୍ଟି କୋଣରୁ ପ୍ରଶାସନ କଟକଣାକୁ କୋହଳ କରିବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା କହିଛନ୍ତି ରବି କୁମାର ସୋନି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details