ଓଡିଶା

odisha

ETV Bharat / state

ପ୍ରସ୍ତାବିତ ତାପଜ ବିଦ୍ୟୁତ କେନ୍ଦ୍ରକୁ ବିରୋଧ, ଜନ ଶୁଣାଣିରେ ଯୋଗ ଦେଲେନି ପାଞ୍ଚଟି ଗ୍ରାମ - ପ୍ରସ୍ତାବିତ ତାପଜ ବିଦ୍ୟୁତ କେନ୍ଦ୍ରକୁ ବିରୋଧ

ପ୍ରସ୍ତାବିତ ତାପଜ ବିଦ୍ୟୁତ କେନ୍ଦ୍ରକୁ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ପ୍ରଭାବ ଆକଳନ ସର୍ବେକ୍ଷଣ ବିବରଣୀ ଜନ ଶୁଣାଣି କରାଯାଇଛି । ଏହାକୁ ପାଞ୍ଚଟି ଗ୍ରାମ ବିରୋଧ କରିବା ସହ ଜନ ଶୁଣାଣିରେ ଉପସ୍ଥିତ ହେବାକୁ ମନା କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

By

Published : Oct 22, 2019, 2:47 PM IST

ଝାରସୁଗୁଡ଼ା: ଜିଲ୍ଲାରେ ହେବାକୁ ଥିବା 3200 ମେଗାୱାଟ ବିଶିଷ୍ଟ ତାପଜ ବିଦ୍ୟୁତ କେନ୍ଦ୍ର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ପ୍ରଭାବ ଆକଳନ ସର୍ବେକ୍ଷଣ ବିବରଣୀ ଜନ ଶୁଣାଣି କରାଯାଇଛି । ଏହି ପ୍ରକଳ୍ପକୁ ପାଞ୍ଚଟି ଗ୍ରାମ ବିରୋଧ କରିବା ସହ ଜନ ଶୁଣାଣିରେ ଉପସ୍ଥିତ ହେବାକୁ ମନା କରିଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତିକି ଏଡାଇବାକୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ପ୍ରସ୍ତାବିତ ତାପଜ ବିଦ୍ୟୁତ କେନ୍ଦ୍ରକୁ ହିର୍ମା ପଞ୍ଚାୟତର କୁମ୍ଭାରୀ, ତରେଇକେଲା, ହିର୍ମା, ଲୁହୁରେନକଚ୍ଚାର ଓ ତୁମ୍ଭେକେଲା ଆଦି ପାଞ୍ଚୋଟି ଗ୍ରାମ ବିରୋଧ କରିଆସୁଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ ସତ୍ତ୍ବେ ଜନ ଶୁଣାଣିକୁ ସେମାନେ ବର୍ଜନ କରିଛନ୍ତି ।

ଗ୍ରାମବାସୀ କହିଛନ୍ତି ବାରମ୍ବାର ପ୍ରଦୂଷଣ ଓ କମ୍ପାନୀମାନଙ୍କ ଠକାମିର ଶିକାର ହୋଇଛି ଝାରସୁଗୁଡା ଜିଲ୍ଲା । ପଞ୍ଚାୟତର ଆଖପାଖରେ ଥିବା ବିଭିନ୍ନ କାରଖାନା ଗୁଡିକ ସ୍ଥାନୀୟ ପରିବେଶକୁ ପ୍ରଦୂଷିତ କରି ସାରିଲେଣି । ତେଣୁ ଏହି ଅଞ୍ଚଳରେ ଆହୁରି କାରଖାନା ତିଆରି ହେବାକୁ ଦିଆଯିବ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

NLCIL କାରଖାନା ତିଆରି କରିବା ପାଇଁ ମୋଟ 1221 ହେକ୍ଟର ଜମି ଆବଶ୍ୟକତା ଥିବାବେଳେ 178.65 ହେକ୍ଟର ସରକାରୀ ଜମି ଚିହ୍ନଟ ହୋଇଛି । ବାକି ରହିଥବା 1042 ହେକ୍ଟର ଜମି ହିର୍ମା ପଞ୍ଚାୟତର 5 ଟି ଗାଁରୁ ଜମି ଅଧିଗ୍ରହଣ କରିବା ପାଇଁ ଯୋଜନା ଚାଲିଛି । ଏହି କାରଖାନା ସ୍ଥାପିତ ହେଲେ ପଞ୍ଚାୟତର 762 ପରିବାର ବିସ୍ଥାପିତ ହେବେ।

ଝାରସୁଗୁଡ଼ାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details