ଝାରସୁଗୁଡ଼ା:ଜିଲ୍ଲା ସଦର ମହକୁମାରେ ଆଜି ମହାସମାଧାନ ଶିବିର (Public Grievance) ଅନୁଷ୍ଠିତ ହୋଇଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ଉପସ୍ଥିତିରେ ସୋମବାର ସକାଳୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହାସମାଧାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଜନସାଧାରଣଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଆପତ୍ତି ଅଭିଯୋଗର ଶୁଣାଣି କରାଯାଇଛି ।
ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହାସମାଧାନ ଶିବିର ଅନୁଷ୍ଠିତ - ଝାରୁସୁଗୁୃଡ଼ାରେ ମହାସମାଧାନ ଶିବିର
ଝାରସୁଗୁଡ଼ା ସଦର ମହକୁମାରେ ଆଜି ମହାସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ଉପସ୍ଥିତିରେ ସୋମବାର ସକାଳୁ ଜିଲ୍ଲା କାର୍ଯ୍ୟାଳୟରେ ମହାସମାଧାନ ଶିବିର ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ
କୋଭିଡ କଟକଣା ଯୋଗୁଁ ଜିଲ୍ଲାରେ ମହାସମାଧାନ ଶିବିରରେ ଅଭିଯୋଗ ଶୁଣାଣି ବନ୍ଦ ଥିଲା । ସୋମବାର ମୋଟ ୧୦ଟି ଅଭିଯୋଗର ସମାଧାନ କରାଯିବାକୁ ଚେଷ୍ଟା କରାଯାଇଥିଲା । ତେବେ ସମସ୍ତ ଅଭିଯୋଗର ସମାଧାନ ହୋଇ ପାରିନାହିଁ । ଆଗାମୀ ୩ ଦିନ ମଧ୍ୟରେ ଏହି ସବୁ ଅଭିଯୋଗ ସମାଧାନ କରାଯିବ ବୋଲି ଝାରସୁଗୁଡ଼ା ଉପଜିଲ୍ଲାପାଳ ଶିବ ଟପ୍ପୋ କହିଛନ୍ତି । ଆଗକୁ ଯଦି କୌଣସି କଟକଣା ନଆସେ ତେବେ ପ୍ରତି ସପ୍ତାହର ସୋମବାର ଝାରସୁଗୁଡ଼ାରେ ମହାସମାଧାନ ଶିବିର ଆୟୋଜନ ହେବ ବୋଲି କହିଛନ୍ତି ଉପଜିଲ୍ଲାପାଳ । ଏଥିରେ କେତେକ ସାଧାରଣ ଆପତ୍ତି ଅଭିଯୋଗର ସମାଧାନ କରିବାକୁ ଚେଷ୍ଟା କରିବେ ଜିଲ୍ଲାପାଳ ବା ଉପଜିଲ୍ଲାପାଳ ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ