ଝାରସୁଗୁଡ଼ା: ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବା ପ୍ରସଙ୍ଗରେ ଝାରସୁଗୁଡାରେ ବିରୋଧ ପ୍ରଦର୍ଶନ । ବୁଧବାର କୋଶଳ ସମନ୍ୱୟ ସମିତି, ପଶ୍ଚିମାଞ୍ଚଳ ଏକତା ମଞ୍ଚ , ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି , ଆଦିବାସୀ ସଂଗଠନ ଓ ଅନ୍ୟାନ୍ୟ ସଂଗଠନ ମିଶି ଧାରଣା ଦେବା ସହ ପ୍ରତିବାଦ ଜଣାଇଛି।
ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତାକୁ ବିରୋଧ କରି ଏହି ପ୍ରତିବାଦ ହୋଇଛି। ଏଥିରେ ବିଭିନ୍ନ ସଂଗଠନ ମିଶି ଏହି ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।